Categories: ଜାତୀୟ

ଶେଷ ହେଲା ଛଟ ପୂଜା: ଉଦୟ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଇ କରାଗଲା ସୁଖ ସମୃଦ୍ଧି କାମନା

ନୂଆଦିଲ୍ଲୀ,୧୧ ।୧୧: ଚାରି ଦିନ ଧରି ଚାଲିଥିବା ଛଟ ପୂଜା ୧୧ ନଭେମ୍ବର ଅର୍ଥାତ୍ ଗୁରୁବାର ଶେଷ ହୋଇଛି । ସକାଳର ଉଦୟ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କରି ଏହି ପୂଜା ସମାପନ କରାଯାଇଛି । ଏଥର ନଭେମ୍ବର ୮ରେ ଏହା ଆରମ୍ଭ ହୋଇଥିବା ବେଳେ, ୯ ନଭେମ୍ବରରେ ଖରନା, ୧୦ରେ ଅସ୍ତଗାମୀ ସୂର୍ଯ୍ୟ ଓ ୧୧ରେ ଉଦୟ ସୂର୍ଯ୍ୟଙ୍କୁ ପୂଜା କରାଯାଇ ବ୍ରତ ସମାପନ କରାଯାଇଛି । ଗ୍ରନ୍ଥରେ ସୂର୍ଯ୍ୟ ଦେବକୁ ଅର୍ଘ୍ୟ ଅର୍ପଣ କରାଯିବା ବର୍ଣ୍ଣନା କରାଯାଇଥିବା ବେଳେ ଛଟ ପୂଜାରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କରିବାର ବିଶେଷ ମହତ୍ୱ ରହିଥିବା କୁହାଯାଇଛି । ତେବେ ଛଟ ପୂଜାର ଶେଷ ଦିନ ପାଟନା, ଦିଲ୍ଲୀ, ଗାଜିଆବାଦର ଲୋକେ ବିଭିନ୍ନ ନଦୀ କୂଳରେ ପହଞ୍ଚିଥିଲେ । ସେଠାରେ ସେମାନେ ସୂର୍ଯ୍ୟ ଉଦୟକୁ ଅପେକ୍ଷା କରିଥିବା ବେଳେ ସୂର୍ଯ୍ୟ ଉଦୟ ହେବାମାତ୍ରେ ଅର୍ଘ୍ୟ ଅର୍ପଣ କରାଯାଇଥିଲା । ଏହାପରେ ବ୍ରତଧାରୀ ଜଣେ ଅନ୍ୟ ଜଣଙ୍କୁ ପ୍ରସାଦ ଦେବା ସହ ବଡମାନଙ୍କଠାରୁ ଆଶୀର୍ବାଦ ନେଇଥିଲେ ।

Share