ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଘରକୁ ଅଣ୍ଡାମାଡ଼

ଭୁବନେଶ୍ୱର,୮।୧: ହାଇଟେକ ସୋମବାର ଛାତ୍ର କଂଗ୍ରେସର କର୍ମୀମାନେ ଏକ ରାଲିରେ ଆସି ସ୍ବାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଭୁବନେଶ୍ୱରସ୍ଥିତ ସରକାରୀ ଘର ଉପରକୁ ଅଣ୍ଡା ମାଡ଼ କରିଛନ୍ତି। ଏହାସହ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଘର ସାମ୍ନାରେ ଆନ୍ଦୋଳନ କରିବା ସହ ନାରାବାଜି ଦେଇଛନ୍ତିି।
ଅନ୍ୟପକ୍ଷେ କର୍ମୀ ମାନଙ୍କୁ ପୋଲିସ ଅଟକାଇବାରୁ  ପୋଲିସ  ଓ ଛାତ୍ର କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଏହାସହ କର୍ମୀମାନେ ହାଇଟେକର ମାଲିକଙ୍କ  କୁଶପୁତ୍ତଳିକା ଦାହ କରିଥିଲେ।
ମୃତକ ପରିବପାରକୁ  ୫୦ ଲକ୍ଷ, ହାଇଟେକ୍‌ ମାଲିକଙ୍କୁ ଗିରଫ ପାଇଁ ଛାତ୍ର କଂଗ୍ରେସ ଦାବି କରିଛି। ଯଦି ଏସବୁ ଦାବି ପୂରଣ ନ ହୁଏ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦିଆଯାଇଛି। ଏହାସହ ଆଗାମୀ ଦିନରେ ଛାତ୍ର କଂଗ୍ରେସ ନବୀନ ନିବାସ ଘେରାଉ କରିବ ବୋଲି  ସେମାନେ କହିଛନ୍ତି।
Share