ଛତ୍ରପୁର, ୩୦।୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ହେଡକ୍ୱାର୍ଟର ଛତ୍ରପୁର ଏନ୍ଏସିକୁ ୬ ଦିନ ସମ୍ପୂର୍ଣ୍ଣ ଶଟ୍ଡାଉନ କରାଯାଇଛି। ମଙ୍ଗଳବାର ପ୍ରଥମ ଦିନରେ ଛତ୍ରପୁର ସହର ଖାଁ ଖାଁ ଦେଖିବାକୁ ମିଳୁଛି। କେବଳ ଔଷଧ ଦୋକାନ ବ୍ୟତିତ ଅନ୍ୟ ସବୁ ଦୋକାନ ବନ୍ଦ ରହିଛଇ। ଯେଉଁମାନେ ଶଟ୍ଡାଉନ ନିୟମ ଉଲ୍ଲଂଘନ କରିବେ ସେମାନଙ୍କ ନାମରେ ସ୍ଥାନୀୟ ଥାନାରେ ମାମଲା ରୁଜୁ କରାଯିବ ବୋଲି ମଙ୍ଗଳବାର ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତ। ସେ ଆହୁରି କହିଛନ୍ତି ଯେ, ଛତ୍ରପୁରର କେତେକ ସ୍ଥାନରେ ପଜିଟିଭ ଚି଼ହ୍ନଟ ହୋଇଛନ୍ତି। ଡାକ୍ତର ଆସିବେ ଓ ସମସ୍ତଙ୍କ ସ୍ବାସ୍ଥ୍ୟ ସ୍କ୍ରିନିଂ କରାଯିବ।