
ଛତ୍ରପୁର,୨୯ା୩(ସନ୍ତୋଷ ପାଢ଼ୀ/ ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନ ଫଳାଫଳ ଘୋଷଣା ହୋଇଛି। ସଙ୍ଘର ସଭାପତି ଭାବେ ଷଷ୍ଠ ଥର ପାଇଁ ପୁଣି ପ୍ରଦୀପ ପାଢ଼ୀ ନିର୍ବାଚିତ ହୋଇଛନ୍ତି । ଉପସଭାପତି ଭାବେ ଚୈତନ୍ୟ ପ୍ରଧାନ ଓ ଏବଂ ସମ୍ପାଦକ ଭାବେ ଏସ.ଶ୍ୟାମ କୁମାର ରାଓ ନିର୍ବାଚିତ ହୋଇଛନ୍ତି।
ସଂଘର ଯୁଗ୍ମ ସମ୍ପାଦକ ଭାବେ ଅନାମ ଚନ୍ଦ୍ର ପ୍ରଧାନ, ସହକାରୀ ସମ୍ପାଦକ ଭାବେ ଜି.କେଶବ ଶେଖର ରେଡ୍ଡୀ, କୋଷାଧ୍ୟକ୍ଷ ଭାବେ ପ୍ରଦୀପ ପଲାଇ, ଲାଇବ୍ରେରୀ ସମ୍ପାଦକ ଭାବେ ବିଶ୍ୱ ଭୂଷଣ ପାଢୀ, କାର୍ଯ୍ୟକାରୀ ସଭ୍ୟ ଭାବେ ଶିବ ପ୍ରସାଦ ସାହୁ ଅପ୍ରତିଦ୍ୱନ୍ଦୀ ରହି ନିର୍ବାଚିତ ହୋଇଛନ୍ତି।
ନିର୍ବାଚନ ଅଧିକାରୀ ଭାବେ ସିଏଚ. ସୂର୍ଯ୍ୟ ନାରାୟଣ ରେଡ୍ଡୀ ଦାୟିତ୍ୱ ତୁଲାଇ ଥିବା ବେଳେ ସହକାରୀ ନିର୍ବାଚନ ଅଧିକାରୀ ଭାବେ ସନ୍ତୋଷ କୁମାର ସାହୁ ଓ ଦେବେନ୍ଦ୍ର ମିଶ୍ର ଦାୟିତ୍ୱ ତୁଲାଇଥିଲେ । ଛତ୍ରପୁର ଓକିଲ ସଂଘର ୧୮୯ଜଣ ସକ୍ରିୟ ସଦସ୍ୟ ରହିଥିବା ବେଳେ ଆଜି ୧୬୯ଜଣ ସଦସ୍ୟ ମତଦାନ କରିଥିଲେ।