ଗୀତ ଗାଇଲେ ଛତ୍ରପୁର ବିଇଓ

ଛତ୍ରପୁର,୧୭।୮(ଡି.ଏନ୍‌.ଏ.): ଭାରତର ବିକାଶକୁ ନେଇ ମୋ ସୁନା ଭାରତ ଅଗଷ୍ଟ ୧୫ ତାରିଖରେ ରିଲିଜ୍‌ ହୋଇଛି। ଏହି ଗୀତରେ ଛତ୍ରପୁର ବ୍ଲକ ଶିକ୍ଷାଧିକାରୀ ଅବିନାଶ ଶତପଥୀ କଣ୍ଠଦାନ କରିଛନ୍ତି। ପୂର୍ବରୁ ବିଭିନ୍ନ ନୂତନ ଚିନ୍ତାଧାରାକୁ ନେଇ ବିଇଓ ଶିକ୍ଷା ବିଭାଗ ଓ ଅନ୍ୟାନ୍ୟ ସଂଗଠନ ପକ୍ଷରୁ ପ୍ରଶଂସିତ ହୋଇଛନ୍ତି। ଭାରତର ବିକାଶକୁ ନେଇ ଏହି ଗୀତ ରଚନା ହୋଇଥିବାବେଳେ ଭାରତ, ଓଡ଼ିଶା ଓ ଗଞ୍ଜାମ ଜିଲାକୁ ନେଇ ଏହି ଗୀତ ପ୍ରସ୍ତୁତ ହୋଇଥିବା ସୂଚନା ଦିଆଯାଇଛି। ଏଥିସହ ଓଡ଼ିଶାର ସଂସ୍କୃତି ଓ ପରମ୍ପରାକୁ ଏହି ଗୀତରେ ପ୍ରାଧାନ୍ୟ ଦିଆଯାଇଛି। ମୋବାଇଲ୍‌ ନେଟୱର୍କ ନ ଥିବା ସ୍ଥାନରେ ଅନଲାଇନ୍‌ରେ ପାଠ ପଢିବାରେ ଅସୁବିଧା ହେଉଥିଲା। ଘର ନିକଟକୁ ଯାଇ ଶିକ୍ଷକ ପାଠ ପଢାଇବାର ବ୍ୟବସ୍ଥାର ସେ ଶୁଭାରମ୍ଭ କରିଥିଲେ। ପରେ ରାଜ୍ୟ ସରକାର ମଧ୍ୟ ଏହି ଚିନ୍ତାଧାରାକୁ ଆପଣାଇଥିଲେ।