ଛତ୍ରପୁର,୨୦।୭(ଡି.ଏନ୍.ଏ.): କରୋନା ସମୟରେ ଜୀବନ ଜୀବିକା ଉପରେ ରାଜ୍ୟ ସରକାର ଓ ଗଞ୍ଜାମ ଜିଲାପ୍ରଶାସନ ଗୁରୁତ୍ୱ ଦେଇ ଆସୁଛନ୍ତି। ବିଶେଷକରି ଏମ୍ଜିଏନ୍ଆରଜିଏସ୍ରେ ଗ୍ରାମାଞ୍ଚଳ ଲୋକଙ୍କୁ ପ୍ରତି ବ୍ଲକରେ କାମ ଯୋଗାଇ ଦୈନିକ ୧୦ ହଜାର ଶ୍ରମଦିବସ ସୃଷ୍ଟି ପାଇଁ ଟାର୍ଗେଟ ରହିଛି। ମାତ୍ର ଛତ୍ରପୁର ବ୍ଲକରେ ଦୈନିକ ୪ ହଜାର ଶ୍ରମ ଦିବସ ସୃଷ୍ଟି ହେଉଛି । ଏହି ଯୋଜନାରେ କାମ କରିବାକୁ ଉକ୍ତ ବ୍ଲକରେ ୨୫ ହଜାର ୩୬୩ ପରିବାରଙ୍କ ଠାରେ ଜବକାର୍ଡ ଅଛି ମାତ୍ର ୮୯୧୮ ପରିବାରଙ୍କୁ କାମ ମିଳିଛି। ଉକ୍ତ ବ୍ଲକ ଲୋକଙ୍କୁ କାମ ଯୋଗାଇବାରେ ବିଫଳ ହୋଇଛି। ଏ ନେଇ ଜିଲାପାଳ ବିରକ୍ତି ପ୍ରକାଶ କରି କାରଣ ଦର୍ଶାଅ ନୋଟିସ ଜାରି କରିଥିବା ନଜିର ଅଛି।