କାମ ଯୋଗାଇବାରେ ଛତ୍ରପୁର ବ୍ଲକ ପଛୁଆ

ଛତ୍ରପୁର,୧୧ା୪(ସନ୍ତୋଷ ପାଢୀ):ଗଞ୍ଜାମ ଜିଲାରେ ଚାଲିଥିବା ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ରେ ଶ୍ରମିକଙ୍କୁ କାମ ଯୋଗାଇବାରେ ଛତ୍ରପୁର ବ୍ଲକ ପ୍ରଶାସନ ପଛୁଆ ରହିଛି। ଜିଲାର ହେଡକ୍ୱାର୍ଟର ଛତ୍ରପୁର ହୋଇଥିବା ବେଳେ ଏଠାରେ ଜିଲାପାଳ ଓ ଜିଲା ପରିଷଦ ସିଇଓ ନିୟମିତ ଏହି ଯୋଜନାର ସମୀକ୍ଷା କରୁଛନ୍ତି। ହେଲେ ଛତ୍ରପୁର ବ୍ଲକରେ କିଛି ବର୍ଷ ହେଲା ଏହି ଯୋଜନା ଏକପ୍ରକାର ଦିଗହରା ହୋଇଛି। ଲୋକଙ୍କୁ ଏହି ଯୋଜନାରେ କାମ ମିଳୁ ନ ଥିବାରୁ ଦାଦନ ଖଟିବାକୁ ଅନ୍ୟରାଜ୍ୟକୁ ଦୈନିକ ଶ୍ରମିକମାନେ ଗାଁ ଛାଡୁଥିବା ଦେଖିବାକୁ ମିଳିଛି। ଜିଲାରେ ୨୨ ବ୍ଲକ ରହିଛି ା ୨୦୨୩-୨୪ରେ ଏହି ଯୋଜନାରେ ଉଭୟ ଶ୍ରମିକଙ୍କ ପରିବାରଙ୍କୁ କାମ ଯୋଗାଇବା, ବର୍ଷକ ମଧ୍ୟରେ ୧୦୦ ଦିନର କାମ ଯୋଗାଇବା ଏବଂ ଶ୍ରମ ଦିବସ ସୃଷ୍ଟି କରିବାରେ ଛତ୍ରପୁର ବ୍ଲକ ସବୁଠାରୁ ଶେଷ ୨୨ ନମ୍ବରରେ ରହିଛି। ଏପରିକି ୨୦୨୪-୨୫ ଆର୍ଥିକ ବର୍ଷରେ ଚଳିତ ମାସ ୯ ତାରିଖ ସୁଦ୍ଧା ଛତ୍ରପୁର ବ୍ଲକର ଗୋଟିଏ ବି ପରିବାରକୁ କାମ ମଧ୍ୟ ମିଳିନଥିବା ସରକାରୀ ରିପୋର୍ଟରୁ ଜଣାପଡିଛି। ଆହୁରି ଜଣାଯାଇଛି ଛତ୍ରପୁର ବ୍ଲକର ଶ୍ରମିକମାନଙ୍କୁ ଏହି ଯୋଜନାରେ ବର୍ଷକ ମଧ୍ୟରେ ୧୦୦ ଦିନର କାମ ଯୋଗାଇବାରେ ସ୍ଥିତି ନୈରାଶ୍ୟଜନକ ରହିଛି। ଛତ୍ରପୁର ବ୍ଲକରେ ୧୮ଟି ପଞ୍ଚାୟତ ରହିଛି। ଏହି ବ୍ଲକରେ ମାତ୍ର ୬୪୬ ପରିବାରଙ୍କୁ ଏହି ଯୋଜନାରେ ୧୦୦ ଦିନର କାମ ଯୋଗାଇବାରେ ବ୍ଲକ ପ୍ରଶାସନ ସକ୍ଷମ ହୋଇପାରିଛି। ମିଳିଥିବା ସୂଚନା ଅନୁସାରେ, ଅଗସ୍ତିନୂଆଗାଁ ପଞ୍ଚାୟତରେ ବର୍ଷକରେ ମାତ୍ର ୧୪ ପରିବାରଙ୍କୁ ୧୦୦ ଦିନର କାମ ମିଳିଥିବା ବେଳେ ବଡମାଧପୁରରେ ଜଣେ, ବଉଳଗାଁରେ ୨ଜଣ, ବିପୁଳିଙ୍ଗି ରେ ୨୬, କାଳିପଲ୍ଳୀରେ ୨, କଣମଣାରେ ୧୧, ମହାନାଦପୁର ଓ ନରେନ୍ଦ୍ରପୁରରେ ୫ ଜଣ ଲେଖାଏଁ, ପୋଟଲାମପୁରରେ ୮ ଜଣ, ଶ୍ରୀରାମଚନ୍ଦ୍ରପୁରରେ ୧୩ ଜଣ, ସୁନ୍ଦରପୁରରେ ୧୨ ଜଣ ଶ୍ରମିକଙ୍କୁ ୧୦୦ ଦିନର କାମ ମିଳିଛି। ଆହୁରି ଜଣାଯାଇଛି ଯେ,ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ୨୦୨୩-୨୪ ଆର୍ଥିକ ବର୍ଷରେ ଛତ୍ରପୁର ବ୍ଲକର ୯୫୦୬ ପରିବାରଙ୍କୁ କାମ ଯୋଗାଇ ୫ ଲକ୍ଷ ୧୫ ହଜାର ୧୫୯ ଶ୍ରମଦିବସ ସୃଷ୍ଟି କରାଯାଇପାରିଛି। ଏହି ଯୋଜନାରେ ଅଗସ୍ତିନୂଆଗାଁରେ ୧୭୮୩୮ ଶ୍ରମ ଦିବସ ସୃଷ୍ଟି ହୋଇଥିବା ବେଳେ ଆର୍ଯ୍ୟପଲ୍ଳୀରେ ୯୭୪୪, ବଡମାଧପୁରରେ୧୨୨୯୭, ବଉଳଗାଁରେ ୨୦୧୩୯,ଭିକାରୀପଲ୍ଳୀରେ ୪୮୩୭୧, ବିପୁଳିଙ୍ଗିରେ ୪୫୫୨୩, ଚମାଖଣ୍ଡିରେ ୪୬୫୦୫, ଚିକଲଖଣ୍ଡିରେ ୬୦୩୧୦, କାଳିପଲ୍ଲୀରେ ୧୫୫୫୩, କଣମଣାରେ ୧୭୮୬୨, ଲକ୍ଷ୍ମୀପୁରରେ ୪୮୭୬୬,ମହାନାଦପୁରରେ ୧୪୮୮୧,ନରେନ୍ଦ୍ରପୁରରେ ୧୧୮୮୯,ପୋଡାପଦରରେ ୨୪୫୫୮,ପୋଟଲାମପୁରରେ ୨୯୩୭୯,ଶ୍ରୀରାମଚନ୍ଦ୍ରପୁରରେ ୧୬୮୪୪,ସୁନ୍ଦରପୁରରେ ୩୩୯୬୬ ଓ ଟାଙ୍ଗଣାପଲୀ ପଞ୍ଚାୟତରେ ୪୦୭୩୪ ଶ୍ରମଦିବସ ସୃଷ୍ଟି କରିବାକୁ ଛତ୍ରପୁର ବ୍ଲକ ପ୍ରଶାସନ ସକ୍ଷମ ହୋଇପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri