ଗଞ୍ଜାମ,୬।୪(ବିଦ୍ୟାଧର ସାହୁ): ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି, ରାଜନୈତିକ ଉଷ୍ମତା ସେତିକି ବଢ଼ିବାରେ ଲାଗିଛି। ଛତ୍ରପୁର ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ପୁଣି ସୁବାସ ଚନ୍ଦ୍ର ବେହେରାଙ୍କୁ ଟିକେଟ୍ ଦେଇ ରିପିଟ୍ କରିଥିବାରୁ ନେତା ଏବଂ କର୍ମୀଙ୍କ ମହଲରେ ଉତ୍ସାହ ଦେଖିବାକୁ ମିଳୁଛି। ଅନ୍ୟପକ୍ଷେ ୩ ପ୍ରମୁଖ ରାଜନୈତିକ ଦଳରେ ଟିକେଟ୍କୁ ନେଇ ଗୋଷ୍ଠୀକନ୍ଦଳ ଲାଗି ରହିଛି।
ଅନ୍ୟପକ୍ଷେ ଭାଜପା କୃଷ୍ଣ ନାୟକଙ୍କୁ ଟିକେଟ୍ ଦେଇଛି। ଏଭଳିସ୍ଥିତିରେ ପ୍ରଶାନ୍ତ କର, ବିଜେଡି ଛାଡ଼ି ଭାଜପାରେ ଯୋଗ ଦେଇଥିବା ବନମାଳୀ ସେଠୀ ଆଶାୟୀ ଥିଲେ। ହେଲେ କୃଷ୍ଣଙ୍କୁ ଟିକେଟ ମିଳିବା ପରେ ବନମାଳୀ ଓ ପ୍ରଶାନ୍ତ ଏହାକୁ ସହଜରେ ଗ୍ରହଣ କରି ପାରୁ ନ ଥିବା ମଧ୍ୟ ଚା ଖଟିରେ ଚର୍ଚ୍ଚା ହେଉଛି l
ଏହି ଦୃଷ୍ଟିକୋଣରୁ ବିଜେଡି ସୁବିଧା ସ୍ଥିତିରେ ଥିବା ଆଲୋଚନା ହେଉଛି। ପୂର୍ବରୁ ଏହି ନିର୍ବାଚନମଣ୍ଡଳୀରେ ବିଜେଡିର ଡାକ୍ତର ପ୍ରିୟାଂଶୁ ପ୍ରଧାନ ବିଜୟୀ ହୋଇଥିବା ବେଳେ ଗତ ନିର୍ବାଚନରେ ସୁବାସ ବିଜୟୀ ହୋଇଥିଲେ। ଚଳିତ ନିର୍ବାଚନରେ ବିଧାୟକ ସୁବାସ ପୁଣି ଜିତି ବିଜେଡି ହ୍ୟାଟ୍ରିକ୍ କରିବ ବୋଲି ୧୫ ନମ୍ବର ଜିଲା ପରିଷଦ ସଭ୍ୟ ସନାତନ ବେହେରା ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।