ବିଜୁବାବୁଙ୍କ ପ୍ରିୟ ବିମାନ ‘ଡାକୋଟା’ର କଳାକୃତି ନିର୍ମାଣ କଲେ ଛତ୍ରପୁର ଆଇଟିଆଇ ଛାତ୍ରୀଛାତ୍ର

ଛତ୍ରପୁର,୨ା୩(ଡି.ଏନ୍‌.ଏ.): ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଓ ତାଙ୍କ ପ୍ରିୟ ବିମାନ ଡାକୋଟାକୁ ବିଭିନ୍ନ ଅଦରକାରୀ ଲୁହା ସାମଗ୍ରୀରେ ନିର୍ମାଣ କରିଛନ୍ତି
ଗଞ୍ଜାମ ଜିଲା ଛତ୍ରପୁର ଆଇଟିଆଇର ଛାତ୍ରୀଛାତ୍ର। ଦୀର୍ଘ କିଛି ଦିନ ହେଲା ଏହି ଦୁଇଟି କଳାକୃତିରେ ଲାଗି ପଡ଼ିଛନ୍ତି ଛାତ୍ରୀଛାତ୍ର। ବିଜୁ ପଟ୍ଟନାୟକଙ୍କ କଳାକୃତିଟି ୬ ଫୁଟ ୫ ଇଞ୍ଚ ହୋଇଥିବା ବେଳେ ଡାକୋଟା ବିମାନର ଲମ୍ବ ରହିଛି ୨୦ ଫୁଟ ଓ ଉଚ୍ଚତା ୭ ଫୁଟ ରହିଛି। ଏହି ଦୁଇଟି କଳାକୃତିକୁ ଆସନ୍ତା ୫ ତାରିଖରେ ଉନ୍ମୋଚନ କରାଯିବ। ଏହି ଦୁଇଟି କଳାକୃତି ବିଭିନ୍ନ ପ୍ରକାରର ଅଦରକାରୀ ଲୁହା ସାମଗ୍ରୀ ଓ ଘରୋଇକରଣ ସାମଗ୍ରୀରେ ନିର୍ମାଣ କରାଯାଇଛି। ଏହି ଦୁଇଟି କଳାକୃତିକୁ ଆସନ୍ତା ୫ ତାରିଖ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀରେ ଉନ୍ମୋଚିନ କରାଯିବ। ଆଇଟିଆଇ ପରିସର ମଧ୍ୟରେ ଏହାକୁ ସ୍ଥାପିତ କରାଯିବ। ଯାହାଫଳରେ ଆଇଟିଆଇର ଛାତ୍ରୀଛାତ୍ରଙ୍କ କଳାକୃତିକୁ ଲୋକେ ଦେଖିବା ସହ ପ୍ରଶଂସା କରିପାରିବେ।

ଏନେଇ ଛାତ୍ରୀଛାତ୍ର କୁହନ୍ତି, ପୂର୍ବରୁ କେବଳ ଶ୍ରେଣୀ ଗୃହରେ ପାଠ ପଢ଼ିବା ସହ ଅଳ୍ପ କିଛି ସମୟ ପ୍ରାକ୍ଟିକାଲ କରୁଥିଲୁ। କିନ୍ତୁ ପ୍ରଥମ ଥର ଭାବେ ଏଭଳି ଦୁଇଟି ସୁଉଚ୍ଚ କଳାକୃତି ନିର୍ମାଣ କରିପାରିଛୁ। ଏହି ଦୁଇଟି କଳାକୃତି ନିର୍ମାଣ କରି ଅନେକ ବିଷୟ ସମ୍ପର୍କରେ ଶିକ୍ଷା ମିଳିପାରିଛି। ଯାହାକି ଆଗାମୀ ଦିନରେ ବେଶ୍‌ ଲାଭଦାୟକ ହେବ। ଏହି ଦୁଇଟି କଳାକୃତି କରିବାରେ ବିଭିନ୍ନ ବିଭାଗ ସାମିଲ ହୋଇଥିବା ଯୋଗୁ କେଉଁ ବିଭାଗର ଛାତ୍ରୀଛାତ୍ର କିଭଳି ତାଙ୍କର କାର୍ଯ୍ୟ ରହିଛି ସେ ନେଇ ଜାଣିବାକୁ ମିଳିଛି। ଏହି ଦୁଇଟି କଳାକୃତି ନିର୍ମାଣ କରି ବିଜୁ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶକୁ ସମ୍ମାନ ଜଣାଇବା ସହ ତାଙ୍କର ସ୍ମୃତି ଚାରଣରେ ମଧ୍ୟ ଏହା ସହାୟକ ହୋଇପାରିବ ବୋଲି କହିଛନ୍ତି ଆଇଟିଆଇର ଛାତ୍ରୀଛାତ୍ର।

Share