ଛତ୍ରପୁର,୩୦।୩(ଡି.ଏନ୍.ଏ.): ଗଞ୍ଜାମ ଜିଲା ଛତ୍ରପୁର ଏନ୍ଏସି ଅଧ୍ୟକ୍ଷା ଭାବେ ଶର୍ମିଷ୍ଠା ପ୍ରଧାନ ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ଅବସରରେ ଛତ୍ରପୁର ଏନ୍ଏସିକୁ ମ୍ୟୁନିସିପାଲିଟି ମାନ୍ୟତା ଲାଗି ଉଦ୍ୟମ କରିବି ବୋଲି ସେ କହିଛନ୍ତି। ଏଥିସହ ଦଳୀୟ ନିର୍ବାଚନୀ ଇସ୍ତାହାରକୁ କାର୍ଯ୍ୟକାରୀ କରିବା ଲାଗି କାର୍ଯ୍ୟ କରାଯିବ ବୋଲି ସେ କହିଛନ୍ତି। ଏନଏସି ନିର୍ବାହୀ ଅଧିକାରୀ ଏନ୍ ଗଣେଷବାବୁଙ୍କ ସହ କାର୍ଯ୍ୟାଳୟର କର୍ମଚାରୀମାନେ ତାଙ୍କୁ ସ୍ବାଗତ କରିଥିଲେ। ଚନ୍ଦ୍ରଶେଖର ରେଡ୍ଡୀ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ପ୍ରଶାନ୍ତ କର, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ ନାୟକ, ପ୍ରଦୀପ ପାଢ଼ୀ, ସଞ୍ଜିତ ରାଉଳ ପ୍ରମୁଖ ଉପସ୍ଥିତ ଥିଲେ।