ଦେଶରେ ଶ୍ରେଷ୍ଠ ବ୍ଲକ ଛତ୍ରପୁର, ପୁରସ୍କୃତ କଲେ ରାଷ୍ଟ୍ରପତି

ଛତ୍ରପୁର,୧୧ା୧୨(ଦିଲ୍ଲୀପ ସାମଲ): କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଦିଲ୍ଲୀର ବିଜ୍ଞାନ ଭବନ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗଦେଇ ୪୫ଟି ପଞ୍ଚାୟତିରାଜ ସଂସ୍ଥାକୁ ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ କରିଛନ୍ତି। ଏହି ଅବସରରେ ଗଞ୍ଜାମ ଜିଲାର ଛତ୍ରପୁର ବ୍ଲକ ଦେଶରେ ଶ୍ରେଷ୍ଠ ବ୍ଲକ ଭାବେ ପୁରସ୍କୃତ ହୋଇଛି। ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଓ ବ୍ଲକ ଅଧ୍ୟକ୍ଷା କିରଣ କୁମାରୀ ଦାଶ ଏହି ପୁରସ୍କାର ରାଷ୍ଟ୍ରପତିଙ୍କଠାରୁ ଗ୍ରହଣ କରିଥିଲେ।

ସେହିପରି ୭ଟି ବର୍ଗରେ ଓଡ଼ିଶାକୁ ଜାତୀୟ ପୁରସ୍କାର ମିଳୁଥିବା ବେଳେ ସେଥିମଧ୍ୟରୁ ଗଞ୍ଜାମର ତିନୋଟି ରହିଛି। ଦେଶର ଶ୍ରେଷ୍ଠ ବ୍ଲକ ଛତ୍ରପୁର ବିବେଚିତ ହେବା ସହ ୨କୋଟି ଟଙ୍କା ଅର୍ଥ ରାଶି ପାଇବ। ସେହିପରି ରଙ୍ଗେଇଲୁଣ୍ଡା ବ୍ଲକର କେଳୁଆପଲ୍ଲୀ ପଞ୍ଚାୟତ ସୁସ୍ଥ ପଞ୍ଚାୟତ ଭାବେ ଦୀନଦୟାଲ ଉପାଧ୍ୟୟ ପଞ୍ଚାୟତ ଶତତ ବିକାଶ ଭାବେ ଦ୍ୱିତୀୟ ସ୍ଥାନରେ ରହି ପୁରସ୍କୃତ ହୋଇଛି। ଉକ୍ତ ପଞ୍ଚାୟତକୁ ୭୫ ଲକ୍ଷ ମିଳିବ। ସେହିପରି ଆତ୍ମ ନିର୍ଭରଶୀଳ ଭିତ୍ତିଭୂମି ନିର୍ମାଣ ପାଇଁ ଗଞ୍ଜାମ ଜିଲାର ହିଞ୍ଜିଳିକାଟୁ ବ୍ଲକର ସାହାପୁର ପଞ୍ଚାୟତ ସାରା ଦେଶରେ ଦ୍ୱିତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛି। ଉକ୍ତ ପଞ୍ଚାୟତକୁ ମଧ୍ୟ ୭୫ ଲକ୍ଷ ମିଳିବ।

ପୁରସ୍କାର ପ୍ରଦାନ ସମାରୋହରେ ଗଞ୍ଜାମ ଜିଲାପାଳ, ଛତ୍ରପୁର ବ୍ଲକ ଅଧ୍ୟକ୍ଷାଙ୍କ ସହିତ ଗଞ୍ଜାମ ଜିଲାପରିଷଦର ପ୍ରୋଗ୍ରାମ ମ୍ୟାନେଜର (ଟ୍ରେନିଂ )ବାଣୀ ସୁକାନ୍ତବେର୍ତ୍ତା ପଟ୍ଟନାୟକ, ଚମାଖଣ୍ଡି ସରପଞ୍ଚ ସିଏଚ୍‌. ମନୋଜ ରେଡ୍ଡୀ ଓ ପିଇଓ ଦଣ୍ଡପାଣି ପ୍ରଧାନଙ୍କ ଅନ୍ୟାନ୍ୟ ସରପଞ୍ଚମାନେ ଉପସ୍ଥିତ ଥିଲେ। ଗଞ୍ଜାମ ଜିଲାର ସମସ୍ତ ପଞ୍ଚାୟତ ଓ ବ୍ଲକ ଆଗାମୀ ଦିନରେ ଆହୁରି ଉନ୍ନତରୁ ଉନ୍ନତ କାମ କରିବ। ଏହି ଶ୍ରେୟ ଗଞ୍ଜାମବାସୀ ଓ ସମସ୍ତ ଜନପ୍ରତିନିଧି, କର୍ମଚାରୀ ସେମାନଙ୍କ ଶ୍ରେୟ ପାଇଁ ଜିଲା ଆଜି ୩ଟି ପୁରସ୍କାର ଗ୍ରହଣ କରିଛି ବୋଲି ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା କହିଛନ୍ତି।

ଅନ୍ୟପକ୍ଷରେ ବ୍ଲକ ଅଧ୍ୟକ୍ଷା କିରଣ କୁମାରୀ ଦାଶ ମଧ୍ୟ ଏହି ଶ୍ରେୟ ବ୍ଲକର ସମସ୍ତ ପଞ୍ଚାୟତର ଜନପ୍ରତିନିଧି ଓ କର୍ମଚାରୀଙ୍କ ପ୍ରୟାସ ପାଇଁ ଆଜି ବ୍ଲକ ଦେଶରେ ଶ୍ରେଷ୍ଠ ବ୍ଲକ ହୋଇପାରିଛି ବୋଲି କହିଥିଲେ। ଜାତୀୟ ପଞ୍ଚାୟତ ପୁରସ୍କାର ୨୦୨୪ରେ ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ଶତତ ବିକାଶ ପୁରସ୍କାର, ନାନାଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ଶତତ ବିକାଶ ପୁରସ୍କାର, ଗ୍ରାମ ଉର୍ଜା ସ୍ବରାଜ ବିଶେଷ ପଞ୍ଚାୟତ ପୁରସ୍କାର, ଅଙ୍ଗାରକାମ୍ଳ ମୁକ୍ତ ବିଶେଷ ପଞ୍ଚାୟତ ପୁରସ୍କାର ଏବଂ ପଞ୍ଚାୟତ କ୍ଷମତା ନିର୍ମାଣ ସର୍ବୋତ୍ତମ ଅନୁଷ୍ଠାନ ପୁରସ୍କାର ଆଦି ବର୍ଗ ଅନ୍ତର୍ଭୁକ୍ତ। ଦାରିଦ୍ର୍ୟ ଦୂରୀକରଣ, ସ୍ବାସ୍ଥ୍ୟ, ଶିଶୁ କଲ୍ୟାଣ, ଜଳ ସଂରକ୍ଷଣ, ପରିମଳ, ଭିତ୍ତିଭୂମି, ସାମାଜିକ ନ୍ୟାୟ, ଶାସନ ଏବଂ ମହିଳା ସଶକ୍ତିକରଣ ପ୍ରମୁଖ କ୍ଷେତ୍ରରେ ସଫଳତା ଉଦ୍ଦେଶ୍ୟରେ ଦିଆଯାଇଥାଏ।

ସୂଚନାଯୋଗ୍ୟ, ଚଳିତ ବର୍ଷ ଏହି ପ୍ରତିଯୋଗିତାରେ ୧ ଲକ୍ଷ ୯୪ ହଜାର ପଞ୍ଚାୟତ ଅଂଶଗ୍ରହଣ କରିଥିଲେ। ଏହି ପୁରସ୍କାର ପ୍ରଦାନ ପ୍ରକ୍ରିୟା ସ୍ବଚ୍ଛତାକୁ ପ୍ରୋତ୍ସାହିତ କରିବା ସହିତ ପଞ୍ଚାୟତିରାଜ ଅନୁଷ୍ଠାନ (ପିଆର୍‌ଆଇ)/ଗ୍ରାମୀଣ ସ୍ଥାନୀୟ ସଂସ୍ଥା (ଆର୍‌ଏଲ୍‌ବି) ମଧ୍ୟରେ ଏକ ପ୍ରତିଦ୍ୱନ୍ଦ୍ୱିତାମୂଳକ ଭାବନାକୁ ପ୍ରୋତ୍ସାହିତ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ମଣିଷ ଦର

ମଗ୍ରିକ ଭାବେ ବିଚାରକଲେ ଦର ହେଉଛି ଏକ ମୂଲ୍ୟ ନିରୂପଣର ମାଧ୍ୟମ। ତେବେ ବସ୍ତୁ, ସାମଗ୍ରୀ ଆଦି ଯଥାର୍ଥରେ ମୂଲ୍ୟ ନିରୂପଣ ଯୋଗ୍ୟ ବା କରିବା...

JD Vance: ସପରିବାର ଜୟପୁର ଯିବେ ଆମେରିକା ଉପରାଷ୍ଟ୍ରପତି, ଚନ୍ଦା-ପୁଷ୍ପା କରିବେ ସ୍ବାଗତ

ନୂଆଦିଲ୍ଲୀ,୨୧।୪: ଆମେରିକାର ଉପରାଷ୍ଟ୍ରପତି ଜେମ୍ସ ଡେଭିଡ ଭାନ୍ସ ସୋମବାର(ଏପ୍ରିଲ ୨୧) ରାଜସ୍ଥାନର ରାଜଧାନୀ ଜୟପୁରରେ ପହଞ୍ଚିଛନ୍ତି। ଶୁଳ୍କ ବିବାଦ ମଧ୍ୟରେ ଭାରତ ଆସୁଥିବା ଆମେରିକାର ଉପରାଷ୍ଟ୍ରପତିଙ୍କୁ...

ଚକଡ଼ା ପ୍ରଭାବ: କ୍ଷେତରେ ସ୍ଥିତି ଅନୁଧ୍ୟାନ କଲା କୃଷି ବିଭାଗ

ବରଗଡ଼,୨୧।୪(ପ୍ରେମାନନ୍ଦ ଖମାରୀ): ରବି ଧାନଚାଷ ଆରମ୍ଭରୁ ପାଗ ଅନୁକୂଳ ଥିଲା। ଫଳରେ ଏଥର ବରଗଡ଼ ଜିଲାରେ ରବି ଧାନ ଫସଲ ଭଲ ହୋଇଛି। କିନ୍ତୁ ଧାନ...

Karni Sena: କରଣୀ ସେନାର ରାଷ୍ଟ୍ରୀୟ ଉପାଧ୍ୟକ୍ଷଙ୍କୁ ହତ୍ୟା, କାରରୁ ଓହ୍ଲାଇବା ସମୟରେ ଫୁଟିଲା ଗୁଳି

ରାଞ୍ଚି,୨୧।୪: ଝାଡ଼ଖଣ୍ଡ ଜାମସେଦପୁରରେ ଅପରାଧ ବେଳକୁ ବେଳ ବୃଦ୍ଧି ପାଉଛି। ଏହାର ସଦ୍ୟତମ ଉଦାହରଣ ରବିବାର (ଏପ୍ରିଲ ୨୦)ରେ ଦେଖିବାକୁ ମିଳିଥିଲା, ଯେତେବେଳେ ଶ୍ରୀ ରାଜପୁତ...

୭ ବର୍ଷରେ ଏପ୍ରିଲ ତାପମାତ୍ରା ୪ ଡିଗ୍ରୀ ବଢ଼ିଛି

ବୁଏନ୍ସ ଏୟାର୍ସ, ୨୧।୪: ୨୦୨୫ ଏପ୍ରିଲରେ ଭାରତ ଓ ପାକିସ୍ତାନରେ ଗ୍ରୀଷ୍ମପ୍ରବାହ ସୀମା ଟପିଛି। ଏକ ନୂଆ ଅନ୍ତର୍ଜାତୀୟ ବୈଜ୍ଞାନିକ ବିଶ୍ଳେଷଣ ଅନୁଯାୟୀ, ବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧ...

ନିଖୋଜ ଆଶୀର୍ବାଦଙ୍କ ମୃତଦେହ ମିଳିଲା: ମାରି ଫିଙ୍ଗିଥିଲେ ଦାଦା!

ଡେଲାଙ୍ଗ,୨୧ା୪: ପୁରୀ ଜିଲା ଡେଲାଙ୍ଗର ନିଖୋଜ ନାବାଳକ ଆଶୀର୍ବାଦ ସାହୁଙ୍କ ମୃତଦେହ ସୋମବାର ମିଳିଛି। ୭ ଦିନ ପରେ ଘର ପାଖ ପାଇଖାନା ଟାଙ୍କିରୁ ମୃତଦେହ...

ହସ୍ପିଟାଲରେ ବରିଷ୍ଠ ନାଗରିକଙ୍କୁ ଘୋଷାରିନେଲେ

ଛତରପୁର, ୨୧।୪: ମଧ୍ୟପ୍ରଦେଶର ଛତରପୁର ଜିଲା ଚିକିତ୍ସାଳୟରେ ଜଣେ ୭୦ ବର୍ଷୀୟ ବରିଷ୍ଠ ନାଗରିକ ଉଦ୍ଧବ ସିଂଙ୍କୁ ୨ ଜଣ ବ୍ୟକ୍ତି ଘୋଷାରି ନେଉଥିବାର ଏକ...

ନିଶିକାନ୍ତ, ଦୀନେଶଙ୍କୁ ବହିଷ୍କାର କର: କଂଗ୍ରେସ

ନୂଆଦିଲ୍ଲୀ,୨୧ା୪: ଲୋକ ସଭାରେ ଚତୁର୍ଥ ଥର ପାଇଁ ଭାଜପାରୁ ପ୍ରତିନିଧିତ୍ୱ କରୁଥିବା ନିଶିକାନ୍ତ ଦୁବେ ଶନିବାର ଏନେଇ ସୁପ୍ରିମକୋର୍ଟଙ୍କ କାର୍ଯ୍ୟ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image