Advertisement

ଛତ୍ରପୁର ସହରାଞ୍ଚଳର ପରିମଳ ବିପର୍ଯ୍ୟସ୍ତ

ଛତ୍ରପୁର,୨୨ା୩ (ସନ୍ତୋଷ ପାଢ଼ୀ):ଗଞ୍ଜାମ ଜିଲା ହେଡକ୍ୱାର୍ଟର ଛତ୍ରପୁର ଏନଏସି ଏବେ ମୁନିସିପାଲିଟି ଘୋଷଣା ହୋଇଛି। ମାତ୍ର କିଛି ଦିନ ହେଲା ଏଠାରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ଅବସ୍ଥାରେ ଅଛି। ଏନଏସି କର୍ତ୍ତୃପକ୍ଷଙ୍କ ଅବହେଳା ମନୋଭାବ ନେଇ ସହରାଞ୍ଚଳରେ ବିଭିନ୍ନ ସ୍ଥାନରେ ଅଳିଆ ଆବର୍ଜନା କୁଢ କୁଢ ହୋଇ ଭରି ହୋଇ ରାସ୍ତା ଘାଟରେ ଅଳିଆ ଆବର୍ଜନା ଜମି ପୂତ୍ତି ଗନ୍ଧମୟ ପରିବେଶ ସୃଷ୍ଟିକରିଛି । ଯାହା ଅସାସ୍ଥ୍ୟକର ପରିବେଶ ସୃଷ୍ଟି କରି ଜନ ଅସନ୍ତୋଷ ତେଜୁଛି। ଛତ୍ରପୁର ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସଫେଇ ଦାୟିତ୍ୱରେ ଥିବା ଅଧିକାରୀ କିମ୍ବା କର୍ମଚାରୀ କୌଣସି ୱାର୍ଡ଼ ୱାର୍ଡ଼ ବୁଲି ବୁଲି ଦେଖୁନାହାଁନ୍ତି କି ଜନସାଧାରଣଙ୍କ ସହ ସୁସମ୍ପର୍କ ରକ୍ଷା କରୁନାହାନ୍ତି। ଫଳରେ ସହରରେ ଅନେକ କାର୍ଯ୍ୟ ଅଧାପନ୍ତରିଆ ହୋଇ ପଡ଼ିରହିଛି। ବାସ୍ତବିକ ସହରର ପରିମଳ ଓ ପରିଚ୍ଛନ୍ନତା ପ୍ରତି ଆଦୌ ଦୃଷ୍ଟି ଦେଉନାହାନ୍ତି, ଯାହାକି ସଧାରଣ ଲୋକ ଅତିଷ୍ଠ ହୋଇପଡ଼ିଛନ୍ତି । ଏପରିକି ସହରରେ ନିର୍ମାଣାଧୀନ କାର୍ଯ୍ୟ ଏବଂ ସମ୍ପନ୍ନ ହୋଇସାରିଥିବା କାର୍ଯ୍ୟ ସ୍ଥାନରେ ଅଗାଡ଼ି ବାଲି, ଗୋଡ଼ି ଆଦି ଜମି ରହିବା ଫଳରେ ଲୋକମାନଙ୍କ ଯିବା ଆସିବା ବେଳେ ଅନେକ ଛୋଟ ବଡ଼ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ଏ ଦିଗରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତଥା ଜିଲାପାଳ ଧ୍ୟାନ ଦେଇ ଏହାର ବିହିତ ପ୍ରତିକାର ବ୍ୟବସ୍ଥା ବିଧାନ କରିବାକୁ ଜନସାଧାରଣରେ ଦୃଢ଼ ଦାବି ହେଉଛି।