କରୋନାରେ ମୃତ୍ୟୁ ହୋଇଥିବା ଖବରଦାତାଙ୍କ ପରିବାରକୁ ମିଳିବ ୫ଲକ୍ଷ

ରାୟପୁର,୩୧।୫: ଦେଶରେ ଜାରି ରହିଥିବା କରୋନା ମହାମାରୀ ସମୟରେ ନିଜ ଜୀବନକୁ ବାଜି ଲଗାଇ ପ୍ରତ୍ୟେକଟି ଅପଡେଟ୍‌ ଖବରକୁ ଲୋକଙ୍କ ନିକଟକୁ ପହଞ୍ଚାଇ ଅନେକ ଖବରଦାତା ମୃତ୍ୟୁମୁଖରେ ପଡ଼ିଛନ୍ତି। ଏଭଳି ସ୍ଥିତିରେ ଖବରଦାତାଙ୍କ ପରିବାର ପାଇଁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଏକ ବଡ଼ ଘୋଷଣା କରିଛନ୍ତି। ଏଣିକି କରୋନାରେ ମୃତ୍ୟୁ ହୋଇଥିବା ଖବରଦାତାଙ୍କ ପରିବାରକୁ ମିଳିବ ୫ଲକ୍ଷ ଟଙ୍କା। ମିଡିଆ ପ୍ରତିନିଧୀ କଲ୍ୟାଣ ସହାୟତା ନିୟମ ଅନୁସାରେ ଏହି ରାଶି ପ୍ରଦାନ କରାଯିବ। ଏଥିସହ କରୋନା ସଂକ୍ରମିତ ଖବରଦାତାଙ୍କ ସମସ୍ତ ଚିକିତ୍ସାର ଖର୍ଚ୍ଚ ରାଜ୍ୟସରକାର ବହନ କରିବେ। ଏନେଇ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲା ସୋମବାର ଟୁଇଟ କରି ସୂଚନା ଦେଇଛନ୍ତି। ଏହାପୂର୍ବରୁ ରାଜ୍ୟସରକାରଙ୍କ ପକ୍ଷରୁ ରବିବାର ଏକ ବିଜ୍ଞାପ୍ତି ଜାରି କରାଯାଇଥିଲା।

Share