Categories: ଜାତୀୟ

ଆଜି ରାୟପୁରରେ ରାହୁଲ ଗାନ୍ଧୀଙ୍କ ବିଶାଳ ସଭା, ୩ ରୁ୪ଲକ୍ଷ ଲୋକ ହେବେ ସାମିଲ

ରାୟପୁର,୨।୯: କିଛି ମାସ ପରେ ଛତିଶଗଡରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହାପୂର୍ବରୁ କଂଗ୍ରେସ ନିଜର ଶକ୍ତି ପ୍ରଦର୍ଶନ କରିବାକୁ ପ୍ରସ୍ତୁତ ହେଉଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ସେପ୍ଟେମ୍ବର ୨ ଅର୍ଥାତ୍‌ ଶନିବାର ଛତିଶଗଡ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏହି ସମୟରେ ରାହୁଲ ଗାନ୍ଧୀ ରାଜ୍ୟ ସରକାରଙ୍କ ରାଜୀବ ଯୁବା ମିତାନ ସମ୍ମିଳନୀରେ ସାମିଲ ହେବେ। ଏହି କାର୍ଯ୍ୟକ୍ରମରେ ଜନତାଙ୍କୁ ଏକତ୍ରିତ କରିବା ପାଇଁ କଂଗ୍ରେସ ଦଳ ନିଜର ସମସ୍ତ ଶକ୍ତି ଦେଇଛି । ଏହି କାର୍ଯ୍ୟକ୍ରମରେ ୩ରୁ ୪ ଲକ୍ଷ ଲୋକଙ୍କ ଭିଡ ରହିବ ବୋଲି ରାଜ୍ୟ ସଭାପତି ଦୀପକ ବୈଜ୍‌ ଦାବି କରିଛନ୍ତି।

ରାହୁଲ ଗାନ୍ଧୀ ଶନିବାର ଦିନ ୧.୪୫ରେ ରାୟପୁର ବିମାନବନ୍ଦରରେ ପହଞ୍ଚିବେ। ସମସ୍ତ ଭେଟେରାନ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ରାୟପୁର ବିମାନବନ୍ଦରରେ ସ୍ବାଗତ କରିବେ। ଏହା ପରେ ରାହୁଲ ଗାନ୍ଧୀ ସିଧାସଳଖ ସଭାସ୍ଥଳକୁ ଯିବେ, କିନ୍ତୁ ଏହି ସମୟ ମଧ୍ୟରେ ରାହୁଲ ଗାନ୍ଧୀଙ୍କ ସହ ହଜାର ହଜାର ଯୁବ କଂଗ୍ରେସ ଏବଂ ଏନଏସୟୁ କର୍ମୀ ଏକ ବାଇକ ରାଲି କରିବେ। ଏହା ପରେ ସେ ଅପରାହ୍ନ ୨ଟାରୁ ୪ଟା ପର୍ଯ୍ୟନ୍ତ ସମ୍ମିଳନୀରେ ଯୋଗଦେବେ।

Share