Categories: ଜାତୀୟ

ଭାଜପା ବିଧାୟକ ବିଦ୍ୟାରତନ ଭସିନ ଅସୁସ୍ଥ

ରାୟପୁର,୨୨।୬: ଛତିଶଗଡ଼ର ଭାରତୀୟ ଜନତା ପାର୍ଟି(ଭାଜପା)ର ବରିଷ୍ଠ ବିଧାୟକ ବିଦ୍ୟାରତନ ଭସିନ ଗୁରୁତର ହୋଇପଡିଛନ୍ତି। ରାୟପୁରର ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି। ଏକ ଡାକ୍ତରୀ ଦଳ ତାଙ୍କର ଚିକିତ୍ସା କରୁଛନ୍ତି। ବିଧାୟକଙ୍କ ଅସୁସ୍ଥତାକୁ ନେଇ ଛତିଶଗଡ଼ ରାଜନୀତିରେ ହଲଚଲ ଦେଖାଦେଇଛି। ସବୁଆଡୁ ବିଧାୟକଙ୍କ ଆଶୁ ଆରୋଗ୍ୟ କାମନା କରାଯାଇଛି।
ସୂଚନାଯୋଗ୍ୟ, ଗୁରୁବାର ଦ୍ୱିପ୍ରହରରେ ବିଧାୟକ ବିଦ୍ୟାରତନଙ୍କ ପରଲୋକ ଖବର ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହାକୁ ଦେଖିବା ପରେ କେତେଜଣ ନେତା ଶ୍ରଦ୍ଧାଞ୍ଜଳି ବି ଦେଇ ଦେଇଥିଲେ। ଏମିତିକି ତାଙ୍କ ପରିବାର ଲୋକେ ବିଚଳିତ ହୋଇ ହସ୍ପିଟାଲକୁ ଦୌଡିଥିଲେ। ଏହାପରେ ଜଣାପଡିଥିଲା କି ସେ ଏବେ ବି ଜୀବନ-ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି। ଏବେ ସେ ଆଇସିୟୁରେ ଚିକିତ୍ସିତ ଅଛନ୍ତି। ଅବସ୍ଥା ଗୁରୁତର ରହିଛି। ଶୀଘ୍ର ଏ ସମ୍ପର୍କିତ ସ୍ବାସ୍ଥ୍ୟ ବୁଲେଟିନ ଜାରି କରାଯିବ ବୋଲି ଡାକ୍ତରମାନେ ସୂଚନା ଦେଇଛନ୍ତି।

ଏହି ସୂଚନା ପାଇବା ପରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ବିଦ୍ୟାରତ୍ନଙ୍କ ଆଶୁ ଆରୋଗ୍ୟ କାମନ କରିବା ସହ ଦୀର୍ଘାୟୁ ହେବାକୁ ପ୍ରାର୍ଥନା କରି ଟୁଇଟ କରିଛନ୍ତି।

Share