Categories: ଜାତୀୟ

ଛତିଶଗଡ ନିର୍ବାଚନ: ରାଜ୍ୟରେ ୭ ଜଣିଆ କାର୍ଯ୍ୟକାରୀ କମିଟି ଗଠନ କଲା କଂଗ୍ରେସ

ରାୟପୁର,୨୪।୮: ଛତିଶଗଡରେ ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି, ସମସ୍ତ ରାଜନୈତିକ ଦଳର ନିର୍ବାଚନ ପ୍ରସ୍ତୁତି ସେତିକି ତୀବ୍ର ହୋଇଛି। ଏଥି ସହିତ ଆସନ୍ତା ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ବହୁତ ସକ୍ରିୟ ଥିବା ଜଣାପଡିଛି।

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଗୁରୁବାର ଛତିଶଗଡରେ ୭ ଜଣିଆ ସଦସ୍ୟ ବିଶିଷ୍ଟ କାର୍ଯ୍ୟକାରୀ କମିଟି ଗଠନ କରିଛନ୍ତି ଏବଂ ଦଳର ରାଜ୍ୟ ୟୁନିଟରେ ୨୩ ଜଣ ମହାସଚିବ ଏବଂ ୧୪୦ ଜଣ ସଚିବ ନିଯୁକ୍ତ କରିଥିବା ସୂଚନା ମିଳିଛି।

 

Share