Categories: ଜାତୀୟ

ହେଲିକପ୍ଟରରେ ପିଲାଙ୍କୁ ବୁଲାଇଲେ ବଘେଲା

ବଳରାମପୁର,୬।୫: ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ଭୂପେଶ ବଘେଲାଙ୍କ ବଡ଼ ବଦାନ୍ୟତା। କୁନି ପିଲାଙ୍କ କଥା ରଖିବାକୁ ଯାଇ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ହେଲିକ୍ଟରରେ ବୁଲାଇଥିବା ଦେଖିବାକୁ ମିଳିଛି। ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଏଭଳି କାର୍ଯ୍ୟକୁ ସବୁମହଲରେ ପ୍ରଶଂସା କରାଯାଉଛି। ସୂଚନାଯୋଗ୍ୟ, ସ୍ବାମୀ ଆତ୍ମାନନ୍ଦ ଇଂଲିଶ ମିଡିୟମ୍‌ ସ୍କୁଲର ନିରିକ୍ଷଣ ସମୟରେ ଦଶମ ଓ ଦ୍ୱାଦଶ ଶ୍ରେଣୀରେ ଟପ୍ପର ହୋଇଥିବା ଛାତ୍ରୀଛାତ୍ରମାନଙ୍କୁ ହେଲିକପ୍ଟରରେ ବୁଲାଇବାକୁ ମୁଖ୍ୟମନ୍ତ୍ରୀ ବଘେଲା ଗୁରୁବାର ପ୍ରତିଶୃତି ଦେଇଥିଲେ। ଶୁକ୍ରବାର ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିବା ଜଣେ କୁନି ଛାତ୍ରୀ ସ୍ମୃତି ଏବିଷୟରେ ଶୁଣିବା ପରେ ସେ ମଧ୍ୟ ହେଲିକ୍ଟରରେ ବସିବାକୁ ଜିଦ୍‌ ଧରିଥିଲେ। ସ୍ମୃତିଙ୍କ କଥା ଶୁଣି ଭୂପେଶ ବଘେଲା ସ୍ମୃତିଙ୍କ ସହ ଅନ୍ୟ ଛାତ୍ରୀଛାତ୍ରମାନଙ୍କୁ ମଧ୍ୟ ହେଲିକପ୍ଟରରେ ବୁଲାଇଥିଲେ। ବୁଲିବା ସମୟରେ ସମସ୍ତ ଛାତ୍ରୀଛାତ୍ରମାନେ ବେଶ୍‌ ଖୁସିଥିବାର ନଜର ଆସିଛନ୍ତି।

Share