Categories: ଜାତୀୟ

‘ବଚପନ କା ପ୍ୟାର’ର ଗାୟକଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଜୟପୁର,୨୮।୭: ସୋସିଆଲ ମିଡିଆରେ ଏବେ ଘୁରି ବୁଲୁଛି ‘ବଚପନ କା ପ୍ୟାର’ ଗୀତର ଗାୟକଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ। ଏ ସମ୍ପର୍କରେ ଟୁଇଟରରେ ଏକ ଭିଡିଓ ଶେୟାର କରି ସୂଚନା ଦେଇଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ। କ୍ୟାପଶନରେ ଲେଖିଛନ୍ତି, ବଚପନ କା ପ୍ୟାର… ବାଃ।

ଜଣେ ସ୍କୁଲ ଛାତ୍ର ଗାଉଥିବା ‘ବଚପନ କା ପ୍ୟାର’ ଗୀତ ଚଳିତ ମାସରେ ବେଶ୍‌ ଭାଇରାଲ ହୋଇଛି। ଇନଷ୍ଟାଗ୍ରାମରେ ଶେୟାର କରାଯାଇଥିବା ଭିଡିଓକୁ ଏପର୍ଯ୍ୟନ୍ତ ୯ ମିଲିୟନରୁ ଅଧିକ ୟୁଜର୍ସ ଦେଖିଥିଲେ। ଉକ୍ତ ସ୍କୁଲ ଛାତ୍ରଙ୍କ ନାମ ସହଦେବ ଦିର୍ଦୋ। ଭିଡିଓରେ ସ୍କୁଲ ଶିକ୍ଷକଙ୍କ ଆଗରେ ଛିଡ଼ା ହୋଇ ସେ ଗୀତ ଗାଉଥିଲେ। ତେବେ ଭିଡିଓଟି ୨୦୧୯ର। କିନ୍ତୁ ଏବେ ଭାଇରାଲ ହେଉଛି।

Share