Categories: ଜାତୀୟ

ଆଜିର ଦିନରେ ବିଷ୍ଣୁଦେଓଙ୍କୁ କାହିଁକି ଭାଜପା ବାଛିଲା ଛତିଶଗଡ଼ ମୁଖ୍ୟମନ୍ତ୍ରୀ, ୧୦ ଡିସେମ୍ବର ସହ କ’ଣ ରହିଛି ଭାଜପାର ସମ୍ପର୍କ

ନୂଆଦିଲ୍ଲୀ,୧୦।୧୨: ଛତିଶଗଡର ମୁଖ୍ୟମନ୍ତ୍ରୀ ନିର୍ବାଚିତ ହେବା ପରେ ବିଷ୍ଣୁଦେଓ ସାଇ ରାଜ ଭବନରେ ସମସ୍ତ ପ୍ରକ୍ରିୟା ଶେଷ କରିଥିଲେ। ଏହା ପରେ ପ୍ରଥମେ ରାୟପୁରର ଜୟ ସ୍ତମ୍ଭ ଚୌକରେ ପହଞ୍ଚିଥିଲେ। ଜୟ ସ୍ତମ୍ଭ ଚୌକ ପହଞ୍ଚିବା ବିଷ୍ଣୁଦେବ ସାଇଙ୍କ ପାଇଁ ଏହା ଅତ୍ୟନ୍ତ ସ୍ବତନ୍ତ୍ର। ମୁଖ୍ୟମନ୍ତ୍ରୀ ଘୋଷଣା ପାଇଁ ବିଜେପି କାହିଁକି ଡିସେମ୍ବର ୧୦ତାରିଖ ବାଛିଲା ବୋଲି ଏବେ ଆଲୋଚନା ହେଉଛି। ଏହାସହ କାହିଁକି ବିଧାନସଭା ଦଳର ବୈଠକ ଡାକିଲା ଏବଂ କାହିଁକି ଜଣେ ଆଦିବାସୀ ନେତାଙ୍କୁ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ କଲା।
ସୂଚନାଯୋଗ୍ୟ, ରବିବାର ଛତିଶଗଡ଼ର ସବୁଠାରୁ ବଡ ଆଦିବାସୀ ବିପ୍ଳବୀ ସହିଦ ବୀର ନାରାୟଣ ସିଂଙ୍କ ମୃତ୍ୟୁ ବାର୍ଷିକୀ । ଏହି ଦିନ ଅର୍ଥାତ୍‌ ୧୦ ଡିସେମ୍ବର ୧୮୫୭ରେ, ନାରାୟଣ ସିଂଙ୍କୁ ବ୍ରିଟିଶମାନେ ରାୟପୁର ଅର୍ଥାତ୍‌ ଜୟ ସ୍ତମ୍ଭ ଚୌକରେ ଫାଶୀ ଦେଇଥିଲେ। ସେଥିପାଇଁ ରବିବାର ସମଗ୍ର ରାଜ୍ୟର ଲୋକମାନେ ବୀର ନାରାୟଣ ସିଂଙ୍କ ବିଦ୍ରୋହର କାହାଣୀ ମନେ ରଖିଛନ୍ତି। ଆଦିବାସୀ ସ୍ବାଧୀନତା ସଂଗ୍ରାମୀ ବୀର ନାରାୟଣ ସିଂ ବାଲୋଡା ବଜାର ଜିଲାର ସୋନାଖାନ ଅଞ୍ଚଳର ଜଣେ ବଡ ଜମି ମାଲିକ ଥିଲେ। ନାରାୟଣ ସିଂ ବିଞ୍ଜୱାରଙ୍କ କାହାଣୀ ଅତ୍ୟନ୍ତ ଆକର୍ଷଣୀୟ। ଯେତେବେଳେ ଏହି ବିପ୍ଳବ ଘଟିଲା ସେତେବେଳେ ବ୍ରିଟିଶ ସୈନ୍ୟ ଛତିଶଗଡ଼ରେ ନିଜର ନିୟନ୍ତ୍ରଣ ପ୍ରତିଷ୍ଠା କରିବାକୁ ଚାହୁଁଥିଲେ। ତା’ପରେ ନାରାୟଣ ସିଂ ନିଜର ସେନା ଗଠନ କରି ବ୍ରିଟିଶମାନଙ୍କ ଟେନସନକୁ ବଢାଇଥିଲେ।

Share