Categories: ଜାତୀୟ

ଦଶମ ବୋର୍ଡ ପରୀକ୍ଷା ସ୍ଥଗିତ

ରାୟପୁର,୯।୪: କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଛତିଶଗଡ଼ ମାଧ୍ୟମିକ ଶିକ୍ଷା ବୋର୍ଡ(ସିଜିବିଏସ୍‌ଇ) ଶୁକ୍ରବାର ଦଶମ ଶ୍ରେଣୀ ପରୀକ୍ଷାକୁ ସ୍ଥଗିତ ରଖିଛି। ମାଧ୍ୟମିକ ପରୀକ୍ଷା ବୋର୍ଡ ପକ୍ଷରୁ ଦଶମ ପରୀକ୍ଷା ଏପ୍ରିଲ ୧୫ରୁ ମେ ୧ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାର ଥିଲା। ସୂଚନା ଯୋଗ୍ୟ, କରୋନା ମାମଲାକୁ ନେଇ ଛତିଶଗଡରେ ଏପ୍ରିଲ ୯ ସନ୍ଧ୍ୟା ୬ଟାରୁ ଏପିଲ ୧୯ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଲକ୍‌ଡାଉନ ଲାଗୁହେବ। ଏହାକୁ ନେଇ ଦଶମ ପରୀକ୍ଷା ସ୍ଥଗିତ କରାଯାଇଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି। ସିଜିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପାଇଁ କାର୍ଯ୍ୟସୂଚୀରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ଯାହା ମେ ୩ ରୁ ୨୪ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହାପୂର୍ବରୁ ଛତିଶଗଡ଼ ସରକାର ଘୋଷଣା କରିଥିଲେ, ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ବ୍ୟତୀତ ସମସ୍ତ ଶ୍ରେଣୀର ଛାତ୍ରଛାତ୍ରୀମାନେ ବିନା ପରୀକ୍ଷାରେ ଉଚ୍ଚ ଶ୍ରେଣୀକୁ ଉନ୍ନୀତ ହେବେ।

Share