Categories: ଜାତୀୟ

ଗୁଣ୍ଡାମାନେ ଗେରୁଆ ବସ୍ତ୍ର ପିନ୍ଧିଲେ ତାଙ୍କୁ ସଂନ୍ଥ କୁହାଯିବନି: ଭୁପେଶ ବଘେଲ

ରାୟପୁର,୨୮ ।୧୨: ଛତିଶଗଡ଼ର ରାଜଧାନୀ ରାୟପୁରରେ ନିକଟରେ କରାଯାଇଥିବା ଧର୍ମ ସଂସଦରେ ଧର୍ମଗୁରୁ କାଳିଚରଣ ମହାରାଜ ମହାତ୍ମା ଗାନ୍ଧୀଙ୍କୁ ନେଇ ଆପତ୍ତିଜନକ ବୟାନ ଦେଇଥିଲେ । ଏହାସହ ଗାନ୍ଧିଜୀଙ୍କ ହତ୍ୟାକାରୀ ନାଥୁରାମ ଗଡେସେଙ୍କର ପ୍ରଶଂସା କରିଥିଲେ । ଏହାକୁ ନେଇ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ କହିଛନ୍ତି, ଏହି ଘଟଣା ପରେ ପରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଏକ ଏଫ୍‌ଆଇଆର୍ ଦିଆଯାଇଛି । ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବଘେଲ ଏକ ସ୍ୱତନ୍ତ୍ର ସାକ୍ଷାତ୍‌କାରରେ କହିଛନ୍ତି । ବଘେଲ କହିଛନ୍ତି ଗୁଣ୍ଡାମାନେ ଗେରୁଆ ବସ୍ତ୍ର ପିନ୍ଧିଦେଲେ ସଂନ୍ଥ ହୋଇଯିବେନି । ଏହାସହ ସେ ଏଥିପାଇଁ କାର୍ଯ୍ୟକ୍ରମର ଅୟୋଜକଙ୍କୁ ବି ଆଲୋଚନା ମଧ୍ୟକୁ ଆଣିଛନ୍ତି । ସେ କହିଛନ୍ତି ଆୟୋଜକ ଏମିତି ଲୋକଙ୍କୁ କାର୍ଯ୍ୟକ୍ରମକୁ ଡାକିବା ଉଚିତ ଯେଉଁମାନଙ୍କ ଦ୍ୱାରା ସମାଜର କିଛି ମଙ୍ଗଳ ହେବ । ଏଥିପାଇଁ ସେ ଭାରତୀୟ ଜନତା ପାର୍ଟି(ଭାଜପା)କୁ ବି ଆକ୍ଷେପ କରି କହିଛନ୍ତି । ବଘେଲ କହିଛନ୍ତି ରାଜ୍ୟରେ ସର୍ବଦା ଭାଜପା ଦ୍ୱାରା ସାଂପ୍ରଦାୟିକ ଭାବନା ଉସକାଇବାକୁ ଚେଷ୍ଟା କରାଯାଉଛି । ହେଲେ ଏହା ସମ୍ଭବ ହୋଇ ପାରୁ ନାହିଁ । ଭାଜପା ଏଠାରେ ୧୫ଟି ନିର୍ବାଚନରେ ଲଢିଥିବା ବେଳେ ୧୪ଟିରେ ଶୋଚନୀୟ ଭାବେ ହାରିଛି । ଜନତା ଏହାର ଜବାବ ଦେଇଛନ୍ତି ।

Share