Categories: ଜାତୀୟ

ଛତିଶଗଡ଼ କୋଲ ବ୍ଲକ ଆବଣ୍ଟନ ମାମଲାରେ ସମସ୍ତ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ, ୧୮ ଜୁଲାଇରେ ଦଣ୍ଡ ବିଧାନ

ରାୟପୁର,୧୩।୭: ଛତିଶଗଡ଼ରେ କୋଇଲା ବ୍ଲକ ଆବଣ୍ଟନରେ ଅନିୟମିତତା ମାମଲାରେ ଦିଲ୍ଲୀର ସ୍ପେଶାଲ କୋର୍ଟ ସମସ୍ତ ଅଭିଯୁ୍‌କ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଅଭିଯୁକ୍ତଙ୍କ ମଧ୍ୟରେ ରହିଛନ୍ତି ପୂର୍ବତନ ରାଜ୍ୟ ସଭା ଏମପି ବିଜୟ ଦର୍ଡା, ତାଙ୍କ ପୁଅ ଦେବେନ୍ଦ୍ର ଦର୍ଡା, ପୂର୍ବତନ କୋଇଲା ସଚିବ ଏଚସି ଗୁପ୍ତା ଓ ଜେଏଲଡି ୟଭତମାଲ ଏନର୍ଜୀ ଓ ଏହାର ଡାଇରେକ୍ଟର ମନୋଜ କୁମାର ଜୟଶଓ୍ବାଲ ଓ ଅନ୍ୟ କେତେଜଣ ସାମିଲ ଅଛନ୍ତି। କୋର୍ଟ ସମସ୍ତ ଅଭିଯୁକ୍ତଙ୍କୁ ଆଇପିସି ଧାରା ୧୨୦ ବି, ୪୨୦ ଓ ଭ୍ରଷ୍ଟାଚାର ଅଧିନିୟମର ବିଭିନ୍ନ ଧାରା ଆଧାରରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ଦୋଷୀଙ୍କ ସଜାକୁ ନେଇ ୧୮ ଜୁଲାଇରେ ଶୁଣାଣି ହେବ।

Share