Categories: ଜାତୀୟ

ସିଆର୍‌ପିଏଫ୍ କ୍ୟାମ୍ପରେ ଯବାନଙ୍କ ଗୁଳିରେ ଟଳି ପଡିଲେ ୪ ସାଥି, ୩ ଆହତ

ସୁକମା,୮ ।୧୧: ଛତିଶଗଡ଼ର ସୁକମାରେ ଜଣେ ଯବାନ ନିଜ ସାଥି ଯବାନଙ୍କ ଉପରକୁ ଗୁଳି ଚାଳନା କରିଥିବା ଖବର ମିଳିଛି । ଯେଉଁଥିରେ ୪ ଯବାନଙ୍କ ମୃତ୍ୟୁ ହେବା ସହ ୩ ଆହତ ହୋଇଥିବା ସୂଚନା ରହିଛି । ସମାଚାର ଏଜେନ୍ସି ଏଏନ୍‌ଆଇର ସୂଚନା ଅନୁଯାୟୀ, ସୁକମାର ମୁରାଇଗୁଡା ଥାନା ଅଞ୍ଚଳରେ ଥିବା ସିଆର୍‌ପିଏଫ୍ କ୍ୟାମ୍ପରେ ହୋଇଥିବା ଫାୟରିଂରେ ସିଆର୍‌ପିଏଫ୍ ର ୫୦ ବାଟେଲିୟନର ୪ ଯବାନଙ୍କ ମୃତ୍ୟୁ ହେବା ସହ ୩ ଆହତ ହୋଇଛନ୍ତି । ତେବେ ଯବାନ ଜଣଙ୍କ କାହିଁକି ଗୁଳି ଚଳାଇଲେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନ ଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ କରାଯାଇଛି ।

Share