ମନଇଚ୍ଛା ପାଣି ଛାଡୁଛି ଛତିଶଗଡ଼

ସମ୍ବଲପୁର, ୨୪ା୭(ଶୁଭାଶିଷ ପାଢ଼ୀ): ମହାନଦୀ ପାଣିକୁ ନେଇ ଛତିଶଗଡ଼ ଏବଂ ଓଡ଼ିଶା ମଧ୍ୟରେ ଆନ୍ତଃରାଜ୍ୟ ଜଳ ବିବାଦ ଲାଗିରହିଛି। ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ ଏକାଧିକ ବ୍ୟାରେଜ ନିର୍ମାଣ କରିଥିବାରୁ ତଳମୁଣ୍ଡରେ ଜଳ ପ୍ରବାହ ଠିକ୍‌ ଭାବେ ହୋଇପାରୁ ନାହିଁ। ବିଶେଷକରି ଅଣମୌସୁମୀ ସମୟରେ ମହାନଦୀ ଶୁଖିଲା ପଡ଼ୁଥିବାବେଳେ ମୌସୁମୀ ସମୟରେ ଛତିଶଗଡ଼ ମନଇଚ୍ଛା ଗେଟ ଖୋଲି ବନ୍ୟା ସ୍ଥିତି ସୃଷ୍ଟି କରୁଛି। ଉଭୟ ରାଜ୍ୟ ମଧ୍ୟରେ ଥିବା ଜଳ ବିବାଦ ସମାଧାନ ପାଇଁ ଟ୍ରିବ୍ୟୁନାଲ୍‌ ଗଠନ କରାଯାଇଥିଲେ ମଧ୍ୟ
କୌଣସି ନିଷ୍କର୍ଷ ବାହାରିପାରୁ ନାହିଁ। ବିଶେଷକରି ବନ୍ୟାଜଳ ପରିଚାଳନାକୁ ନେଇ ଉଭୟ ରାଜ୍ୟ ମଧ୍ୟରେ ସମନ୍ବୟର ଅଭାବ ରହୁଥିବାରୁ ବୈଠକ ମଧ୍ୟ ଠିକ୍‌ ଭାବେ ବସିପାରୁ ନାହିଁ। କେବଳ ଜ୍ଞାନକୌଶଳ, ଆଇଏମ୍‌ଡିର ପୂର୍ବସୂଚନା ଆଧାରରେ ଅନୁମାନ କରି ହୀରାକୁଦ ନଦୀବନ୍ଧ ଯୋଜନାର ଜଳ ପରିଚାଳନା କରାଯାଉଛି ବୋଲି ହୀରାକୁଦ ଡ୍ୟାମ ମୁଖ୍ୟଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ କହିଛନ୍ତି।
ମୁଖ୍ୟଯନ୍ତ୍ରୀଙ୍କ କହିବା ହେଲା, ୨୦୧୯ ଅଗଷ୍ଟ ପରଠାରୁ ବନ୍ୟାଜଳ ନିଷ୍କାସନ ଓ ପରିଚାଳନା ନେଇ ଛତିଶଗଡ଼ ରାଜ୍ୟ ଅସହଯୋଗ କରିଆସୁଛି। ଦୀର୍ଘ ୪ବର୍ଷ ହେଲା ଛତିଶଗଡ଼ ଓ ଓଡ଼ିଶା ମଧ୍ୟରେ ସମନ୍ବୟ ରହୁନାହିଁ। ଜାତୀୟ ଡ୍ୟାମ୍‌ ସୁରକ୍ଷା କମିଟି କିମ୍ବା ଆନ୍ତଃରାଜ୍ୟ ଉପକମିଟି ବୈଠକ ଉଭୟ ରାଜ୍ୟ ଭିତରେ ହୋଇପାରୁ ନାହିଁ। ହୀରାକୁଦ ଡ୍ୟାମ୍‌ କର୍ତ୍ତୃପକ୍ଷ ବାରମ୍ବାର ବୈଠକ ପାଇଁ ଚିଠି କରିବା ପରେ ମଧ୍ୟ ଛତିଶଗଡ଼ ଉତ୍ତର ଦେଉନି କିମ୍ବା ବୈଠକ ବସିପାରୁନି। ଏପରି କି ଛତିଶଗଡ଼ରେ ଥିବା ଡ୍ୟାମ୍‌ଗୁଡ଼ିକର ଗେଟ୍‌ ଖୋଲିବା, ବର୍ଷା ପରିମାଣ, କେତେ ପରିମାଣ ପାଣି ଜଳଭଣ୍ଡାରକୁ ପ୍ରବେଶ କରିବ ସେ ନେଇ ଛତିଶଗଡ଼ ସୂଚନା ଦେଉନାହିଁ। ଜଳଭଣ୍ଡାରରେ ଜଳରଖିବା କ୍ଷମତା ଓ ସମୟକୁ ନେଇ ରୁଲକର୍ଭ ନିୟମ ରହିଛି। ମୁଖ୍ୟତଃ ବନ୍ୟା ନିୟନ୍ତ୍ରଣ ପାଇଁ ଏହି ନିୟମ ହୋଇଥିଲା। ହେଲେ ଛତିଶଗଡ଼ ଏହାର ଖୋଲା ଉଲ୍ଲଂଘନ କରୁଛି। ଏନେଇ ମହାନଦୀ ଟ୍ରିବ୍ୟୁନାଲ ନିକଟରେ ଅଭିଯୋଗ ହୋଇଥିବା ସାହୁ କହିଛନ୍ତି। ସୂଚନାଯୋଗ୍ୟ, ମହାନଦୀ ଜଳ ବିବାଦ ବହୁବର୍ଷ ହେବ ଲାଗି ରହିଛି। ଏହି ମାମଲା ଟ୍ରିବ୍ୟୁନାଲରେ ବିଚାରାଧୀନ ରହିଛି। ଟ୍ରିବ୍ୟୁନାଲର ଏକ ଟିମ୍‌ ଜୁନ୍‌ ମାସରେ ହୀରାକୁଦ ଜଳଭଣ୍ଡାର ଓ ପାରିପାର୍ଶ୍ୱିକ ସ୍ଥିତି ଏବଂ ଛତିଶଗଡ଼ର ବିଭିନ୍ନ ଜଳଭଣ୍ଡାର ଓ ପାରିପାର୍ଶ୍ୱିକ ସ୍ଥିତି ବୁଲି ରିପୋର୍ଟ ସଂଗ୍ରହ କରିଛନ୍ତି। ଏପରିସ୍ଥଳେ ଛତିଶଗଡ଼ ମନମାନି କରି ଚାଲିଛି। କେତେବେଳେ କଲ୍‌ମା ବ୍ୟାରେଜର ସମସ୍ତ ଗେଟ୍‌ ଖୋଲି ହୀରାକୁଦ ଡ୍ୟାମ୍‌ ପ୍ରତି ବିପଦ ସୃଷ୍ଟି କରୁଛି ତ କେତେବେଳେ ସବୁ ଗେଟ୍‌ ବନ୍ଦ କରିଦେଇ ଚିରସୋତ୍ରା ମହାନଦୀ ଶୁଖିଲା କରିଦେଉଛି। ଏହାକୁ ନେଇ ପରିବେଶବିତ୍‌, ରାଜନୈତିକ ଦଳ, ମହାନଦୀ ବଞ୍ଚାଓ ଅଭିଯାନ ନିନ୍ଦା କରିଆସୁଛନ୍ତି। ଏନେଇ ଛତିଶଗଡ଼ ଜଳସମ୍ପଦ ବିଭାଗ ଅଧିକାରୀଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ କରିବାକୁ ମନା କରିବାରୁ ଯୁବତୀଙ୍କୁ ଅପହରଣ କରି ମାଡ ମାରିଲେ ଯୁବକ

ଭୁବନେଶ୍ୱର,୧୮ା୧୦(ସୂର୍ଯ୍ୟକାନ୍ତ ବେହେରା) – ବିବାହ କରିବାକୁ ମନା କରିବାରୁ ଜଣେ ଯୁବତୀଙ୍କୁ ଅପହରଣ କରି ମାଡ ମାରିବା ଅଭିଯୋଗରେ ଖାରବେଳନଗର ଥାନା ପୋଲିସ ଜଣେ ଯୁବକଙ୍କୁ...

ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ: ଉପଜିଲାପାଳଙ୍କୁ ଭେଟିଲେ…

ଦିଗପହଣ୍ଡି,୧୮ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲ୍ଳକ ଅନ୍ତର୍ଗତ ମୌଳାଭଞ୍ଜା ପଞ୍ଚାୟତର ସରପଞ୍ଚ ବର୍ଷା ସେଠୀଙ୍କ ବିରୋଧରେ ୧୫ ଜଣ ୱାର୍ଡ ସଭ୍ୟାସଭ୍ୟ ଅନାସ୍ଥା...

ମୁମ୍ବାଇରେ ଓଡିଆ ଶ୍ରମିକ ମୃତ

ଦିଗପହଣ୍ଡି,୧୮ା୧୦(ଅଶେଷ ନାଥ ମିଶ୍ର):ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡା ଗଣିଆସାହିର ଜଣେ ଯୁବକଙ୍କ ମୁମ୍ବାଇରେ ଗୁରୁବାର ମୃତ୍ୟୁ ହୋଇଛି। ପରିବାର ଚଳାଇବା ପାଇଁ ସେ ଦାଦନ ଖଟିବାକୁ...

ଭଡାଘରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ: ଜଣେ ଅଟକ, ରହସ୍ୟ ଘେରରେ….

ଭବାନୀପାଟଣା,୧୮।୧୦ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ବାହାଦୁର ବଗିଚା ପଡାର ଏକ ଭଡ଼ା ଘରୁ ଶୁକ୍ରବାର ସକାଳରେ ଜଣେ ଯୁବତୀଙ୍କ ଝୁଲନ୍ତା...

ମାଡ଼ିଲାଣି ସମୁଦ୍ର, ବିପଦରେ ଆର୍ଯ୍ୟପଲ୍ଲୀ ପଞ୍ଚାୟତବାସୀ: ଏକାଠୀ ହେଲେ ୩ ଗ୍ରାମର ବାସିନ୍ଦା

ଛତ୍ରପୁର,୧୮ା୧୦ (ଦିଲ୍ଲୀପ ସାମଲ): ଜଳବାୟୁ ପରିବର୍ତ୍ତନ ହେତୁ ଦିନକୁ ଦିନ ସମୁଦ୍ର କୂଳ ଲଙ୍ଘିବାରେ ଲାଗିଛି। ସମୁଦ୍ର କୂଳ ଦିନକୁ ଦିନ ଲଙ୍ଘୁଥିବାରୁ ଗଞ୍ଜାମ ଜିଲାର...

ଶ୍ରୀମନ୍ଦିରରେ ସେବାୟତଙ୍କୁ ହାଣିଲେ ଦୁର୍ବୃତ୍ତ, ରକ୍ତ ଜୁଡୁବୁଡୁ ହୋଇ…

ପୁରୀ,୧୮ା୧୦(ଅଜିତ୍‌ କୁମାର ମହାନ୍ତି): କିଛିଦିନର ବ୍ୟବଧାନ ପରେ ପୁରୀରେ ପୁଣି ଦୁର୍ବୃତ୍ତଙ୍କ ଆତଙ୍କ ଦେଖିବାକୁ ମିଳିଛି। ଶୁକ୍ରବାର ସନ୍ଧ୍ୟାରେ ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ତଥା ସିନିଅର...

ଝାରପଡ଼ା ଜେଲ୍‌ରେ ବିଚାରାଧୀନ ବନ୍ଦୀଙ୍କ ମୃତ୍ୟୁ

ଭୁବନେଶ୍ୱର,୧୮।୧୦: ଭୁବନେଶ୍ୱର ଝାରପଡ଼ା ଜେଲ୍‌ରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ଜଣେ ବିଚାରାଧୀନ ବନ୍ଦୀଙ୍କୁ ପିଟିପିଟି ମାରି ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ...

ଜମି ବିବାଦରୁ ଦୁଇ ପରିବାର ମଧ୍ୟରେ ସଂଘର୍ଷ: ୪ ଆହତ

ବାଲିପାଟଣା,୧୮।୧୦: ବାଲିପାଟଣା ଥାନା ଅଧୀନ ଶ୍ରୀରାମପୁର ଗାଁରେ ଶୁକ୍ରବାର ଏକ ସଂଘର୍ଷ ଘଟିଛି। ଜମି ବିବାଦକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri