ମାଓବାଦୀଙ୍କ ଟାର୍ଗେଟରେ ଛତିଶଗଡ଼ ମନ୍ତ୍ରୀ ମାଓବାଦୀ ସଙ୍ଗଠନ ପକ୍ଷରୁ ଚିଠି ଜାରି

ମାଲକାନଗିରି,୮।୫(ଡି.ଏନ୍‌.ଏ.): କଂଗ୍ରେସ ଶାସନାଧୀନ ଛତିଶଗଡ଼ର ମନ୍ତ୍ରୀ କବାସି ଲକ୍ଷ୍ମାଙ୍କ ବିରୋଧରେ ମାଓବାଦୀମାନେ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ ପୁଞ୍ଜିପତିଙ୍କ ଇଙ୍ଗିତରେ ଚାଲିବା ସହ ଆଦିବାସୀଙ୍କ ସଂସ୍କୃତି ନଷ୍ଟକରି ଅନ୍ୟ ସଂସ୍କୃତିକୁ ପ୍ରୋତ୍ସାହିତ କରୁଛନ୍ତି ବୋଲି ଛତିଶଗଡ଼ର ବସ୍ତର ଜିଲା ସାଉଥ୍‌ ସବ୍‌ ଜୋନାଲ ବ୍ୟୁରୋ ସଙ୍ଗଠନର ନୂଆ ମୁଖପାତ୍ର ସମ୍‌ତା କହିଛନ୍ତି। ମନ୍ତ୍ରୀ ଲକ୍ଷ୍ମାଙ୍କ ସମସ୍ତ କାର୍ଯ୍ୟକ୍ରମକୁ ବିରୋଧ କରିବାକୁ ସେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ତେବେ ମନ୍ତ୍ରୀ ନିଜର ଆଚରଣ ଓ କାର୍ଯ୍ୟଶୈଳୀରେ ପରିବର୍ତ୍ତନ ନ ଆଣିଲେ ଆଗାମୀ ଦିନରେ ଏହାର ଫଳ ଭୋଗିବେ ବୋଲି ଏକ ଚିଠିରେ ଚେତାବନୀ ଦେଇଛନ୍ତି।