Categories: ଜାତୀୟ

ଦାନ୍ତଓ୍ବୋଡା ମାଓବାଦୀ ଆକ୍ରମଣ ପାଇଁ ନିଜକୁ ଦାୟୀ କଲା ଏହି ସଙ୍ଗଠନ

ଦାନ୍ତଓ୍ବୋଡା,୨୭।୪: ଛତିଶଗଡ଼ର ଦାନ୍ତଓ୍ବୋଡାରେ ହୋଇଥିବା ମାଓବାଦୀ ଆକ୍ରମଣକୁ ନେଇ ମାଓବାଦୀ ସଙ୍ଗଠନର ଦରଭା ଡିଭିଜନ କମିଟି ଏଥିପାଇଁ ନିଜକୁ ଦାୟୀ କରିଛି। ଘଟଣାକୁ ନେଇ ଦରଭା ଡିଭିଜନର ସଚିବ ସାଇନାଥ ପ୍ରେସ ନୋଟ ଜାରି କରିଛନ୍ତି। ଏଥିରେ ଦାବି କରାଯାଇଛି କି ମାଓବାଦୀଙ୍କ ପିଏଲଜିଏ ଟିମ ଏହି ଘଟଣା ଘଟାଇଛନ୍ତି। ଯବାନଙ୍କୁ ଚାକରି ଛାଡିବାକୁ ଅପିଲ କରାଯାଇଥିଲା। ପ୍ରେସ ନୋଟରେ ସ୍ଥାନୀୟ ଯୁବକଙ୍କୁ ପୋଲିସ ଚାକିରି ନ କରିବାକୁ ଅପିଲ କରାଯାଇଛି।

Share