
ବରଗଡ଼,୧୨।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରର ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଆସି ଛତିଶଗଡ଼ ପୋଲିସ ହଟହଟା ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି।
ସୂଚନା ଅନୁଯାୟୀ, ବରଗଡ଼ ସହରର ରୂପେଶ ଝାୱରଙ୍କ ନାମରେ ୱାରେଣ୍ଟ ଥିବାବେଳେ ଛତିଶଗଡ ପୋଲିସ ମଙ୍ଗଲବାର ତାଙ୍କୁ ଗିରଫ କରିବାକୁ ଛତିଶଗଡ଼ ପୋଲିସ ବରଗଡ଼ ପହଞ୍ଚିଥିଲା । ଏହି ସମୟରେ ଛତିଶଗଡ ପୋଲିସ ଓ ସ୍ଥାନୀୟ ଲୋକଙ୍କ ସହିତ ଧସ୍ତାଧସ୍ତି ହୋଇଥିଲା । ଦୀର୍ଘ ୨ ଘଣ୍ଟା ଧରି ଦେଖିବାକୁ ମିଳିଥିଲା ଏହି ହାଇଡ୍ରାମା । ୧୭ ଲକ୍ଷ ଟଙ୍କାର ଆର୍ଥିକ କାରବାରକୁ ନେଇ ରୂପେଶଙ୍କ ନାମରେ ଛତିଶଗଡରେ ୱାରେଣ୍ଟ ରହିଥିଲା ବୋଲି ଛତିଶଗଡ଼ ପୋଲିସ କହିଛି । ଯାହାକୁ ନେଇ ଛତିଶଗଡ଼ ରାଜ୍ୟ ରାୟପୁର ପୋଲିସ ତାଙ୍କୁ ଗିରଫ କରିବାକୁ ଆସିଥିଲେ । ଏହି ସମୟରେ ସ୍ଥାନୀୟ ଲୋକ ଏବଂ ପରିବାରବର୍ଗ ଛତିଶଗଡ ପୋଲିସକୁ ଧସ୍ତାଧସ୍ତି କରିଥିବା ଅଭିଯୋଗ ହୋଇଛି । ଏହି ଘଟଣା ବରଗଡ଼ ଟାଉନ ଥାନାକୁ ପହଞ୍ଚିଛି । ସେତେବେଳେ ଛତିଶଗଡ଼ ପୋଲିସ ସହିତ ଠେଲାପେଲା, ଧସ୍ତାଧସ୍ତି ହୋଇଥିଲା। ଏହି ଘଟଣା ଏବେ ବରଗଡ଼ରେ ଚର୍ଚ୍ଚାର ବିଷୟ ପାଲଟିଛି ।