Categories: ଜାତୀୟ

ଛତିଶଗଡ଼ ପୋଲିସ ଇନ୍ସପେକ୍ଟରଙ୍କୁ ମିଳିବ ଚତୁର୍ଥ ସାହସିକତା ପୁରସ୍କାର

ରାୟପୁର,୧୨।୮: ମାଓବାଦୀଙ୍କୁ ଦମନ କରିବାରେ ନିଜର ସାହସ ଏବଂ ବୀରତ୍ୱ ଦେଖାଇ ସମଗ୍ର ବସ୍ତର ଜିଲାରେ ବେଶ୍‌ ଜଣାଶୁଣା ଛତିଶଗଡ଼ର ପୋଲିସ ଇନ୍ସପେକ୍ଟର ଅବଦୁଲ ସମୀର ପୁଣି ଥରେ ରାଷ୍ଟ୍ରପତି ଗ୍ୟାଲାଣ୍ଟ୍ରି ମେଡାଲ ପାଇଁ ମନୋନୀତ ହୋଇଛନ୍ତି। ସ୍ବାଧୀନତା ଦିବସରେ ରାଜଧାନୀ ରାୟପୁରରେ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲା ଏହି ରାଷ୍ଟ୍ରପତି ଗାଲାଣ୍ଟ୍ରି ମେଡାଲରେ ଅବଦୁଲ ସମୀରଙ୍କୁ ସମ୍ମାନିତ କରିବେ। ଅବଦୁଲ ସମୀରଙ୍କ ପ୍ରଶଂସନୀୟ କାର୍ଯ୍ୟ ପାଇଁ ଚତୁର୍ଥ ଥର ଲାଗି ତାଙ୍କୁ ଏହି ମେଡାଲରେ ସମ୍ମାନିତ କରାଯିବ। ଏହାକୁ ନେଇ ବସ୍ତର ବାସିନ୍ଦା ଖୁସିବ୍ୟକ୍ତ କରିଛନ୍ତି। ସୂଚନାଯୋଗ୍ୟ, ବସ୍ତର ଜିଲାର ଜଗଦଲପୁର ସହରରେ ରହୁଥିବା ଇନ୍ସପେକ୍ଟର ଅବଦୁଲ ସମୀର ବିଭିନ୍ନ ଜିଲାରେ ମାଓବାଦୀଙ୍କୁ ଦମନ କରିବାରେ ନିଜର ସାହସିକତା ଏବଂ ବିରତ୍ୱ ଦେଖାଇଛନ୍ତି। କେବଳ ଏତିକି ନୁହେଁ, ତାଙ୍କ ଦକ୍ଷ ନେତୃତ୍ୱରେ ମାଓବାଦୀଙ୍କ ବିରୋଧରେ ଏକ ସଫଳ ଅପରେଶନ୍‌ ଚଳାଇ ସେକ୍ସନ କମାଣ୍ଡର ର଼୍ୟାଙ୍କର ମାଓବାଦୀଙ୍କୁ ନିହତ କରିବାରେ ସକ୍ଷମ ହୋଇଛନ୍ତି। ଏଥିସହ ନିଜ ଟିମ୍‌କୁ ସୁରକ୍ଷିତ ଫେରାଇ ଆଣିବାରେ ସେ ରାଜ୍ୟରେ ବେଶ୍‌ ଜଣାଶୁଣା।

Share