ରାୟପୁର,୨୧ ।୧୧: ଛତିଶଗଡ଼ରେ ୨୦୨୩ରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଆହୁରି ପ୍ରାୟ ବର୍ଷେ ସମୟ ରହିଛି । ହେଲେ ଏବେଠାରୁ ନେତା ଓ କର୍ମୀମାନେ ଦଳ ବଦଳ ପ୍ରକ୍ରୟା ଆରମ୍ଭ କରି ସାରିଲେଣି । ଏହାରି ଭିତରେ ଭାରତୀୟ ଜନତା ପାର୍ଟି(ଭାଜପା) ଦାବି କରିଛି ଯେ ଦୁର୍ଗ ଜିଲାର ଦୁର୍ଗ ଗ୍ରାମୀଣ ବିଧାନସଭା ଅଞ୍ଚଳରୁ ଶହ ଶହ କଂଗ୍ରେସ କର୍ମୀ ଭାଜପାରେ ଯୋଗ ଦେଇଛନ୍ତି ।
ଗୃହମନ୍ତ୍ରୀ ତାମ୍ରଧ୍ୱଜ ସାହୁଙ୍କ ବିଧାନସଭା ଆସନ ଦୁର୍ଗ ଗ୍ରାମୀଣର ଅନେକ କର୍ମୀ ସରକାର ଗଠନ ଓ ବିଧାୟକଙ୍କୁ ନେଇ ନାରାଜ ରହିଛନ୍ତି । ଗୃହମନ୍ତ୍ରୀ ତାମ୍ରଧ୍ୱଜ ସାହୁଙ୍କ ବିଧାନସଭା ନିର୍ବାଚନ ମଣ୍ଡଳୀ ଦୁର୍ଗ ଗ୍ରାମୀଣର ରିସାଲି ଅଞ୍ଚଳର ଶହ ଶହ କଂଗ୍ରେସ କର୍ମୀ ମହିଳା ଓ ପୁରୁଷ ଭାଜପାରେ ଏଣ୍ଟ୍ରି ମାରିଛନ୍ତି । କଂଗ୍ରେସ କର୍ମୀମାନେ ଏମ୍ପି ବିଜୟ ବଘେଲଙ୍କ ଘରେ ପହଞ୍ଚିଥିଲେ । ସେଠାରେ ଏମପି ବଘେଲ ସମସ୍ତ କଂଗ୍ରେସ କର୍ମୀଙ୍କୁ ଭାଜପାର ଗାମୁଛା ପ୍ରଦାନ କରି ଦଳରେ ସାମିଲ କରିଥିଲେ । ଭାଜପାରେ ମିଶିଥିବା କଂଗ୍ରେସ କର୍ମୀମାନେ କହିଛନ୍ତି, ଭାଜପାର ରିତି ନୀତି ଓ ବଘେଲଙ୍କ କାର୍ଯ୍ୟରେ ପ୍ରଭାବିତ ହୋଇ ଆମେ ଭାଜପାରେ ଯୋଗ ଦେଇଛୁ । ରିସାଲି ନଗର ନିଗମ ଅନ୍ତର୍ଗତ ୱାର୍ଡ ନମ୍ବର ୧୩-୧୪ରେ ଶହ ଶହ ମହିଳା କର୍ମୀ ଭାଜପାରେ ଯୋଗ ଦେଇଛନ୍ତି ।