Categories: ଫୁରସତ

ଏହି ହସ୍ପିଟାଲରେ ଝିଅ ଜନ୍ମ ହେଲେ ଖର୍ଚ୍ଚ କରିବାକୁ ପଡ଼ିବନି ଟଙ୍କାଟିଏ

ଛତିଶଗଡ଼ର ରାଜଧାନୀ ରାୟପୁରରେ ଏମିତି ଏକ ଡାକ୍ତରଖାନା ରହିଛି ଯେଉଁଠାରେ ଝିଅ ଜନ୍ମ ହେଲେ ଟଙ୍କାଟିଏ ମଧ୍ୟ ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ। ‘ଶ୍ରୀ ବାଲାଜୀ ସୁପର ସ୍ପେଶାଲିଟି ହସ୍ପିଟାଲ’ ଏହି ବଡ଼ ନିଷ୍ପତ୍ତି ନେଇଛି। ଏହି ହସ୍ପିଟାଲରେ ଝିଅ ଜନ୍ମ ହେଲେ ଚିକିତ୍ସା ଖର୍ଚ୍ଚ ଆଦୌ ହେଲେ ଦେବାକୁ ପଡ଼ିବ ନାହିଁ। ଆଗାମୀ ଫେବୃୟାରୀ ୧୫ରୁ ଏହି ସୁବିଧା ଲାଗୁ ହେବ। କାରଣ ଏହି ଦିନ ହସ୍ପିଟାଲକୁ ୧୨ ବର୍ଷ ପୂରଣ ହୋଇଯିବ। ଏହି କାରଣରୁ ହସ୍ପିଟାଲ ପକ୍ଷରୁ ଏହି ନୂତନ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି। ଆଇଏଏସ୍‌ ଅଧିକାରୀ ଅବନୀଶ ଶରଣ ଡାକ୍ତରଖାନାର ଏହି ପଦକ୍ଷେପକୁ ପ୍ରଶଂସା କରିଛନ୍ତି।
ଆଇଏଏସ ଅଧିକାରୀ ଟୁଇଟ୍‌ କରି ଲେଖିଛନ୍ତି, ’ଜଦି ରାୟପୁରର’ ବାଲାଜୀ ହସ୍ପିଟାଲ’ରେ ଝିଅ ଜନ୍ମ ହୁଏ, ତେବେ ଡାକ୍ତରଖାନାରେ ୧ ଟଙ୍କା ମଧ୍ୟ ଚିକିତ୍ସା ଖର୍ଚ୍ଚ ଦେବାକୁ ପଡ଼ିବ ନାହିଁ। ଏହା ଏକ ଆଶ୍ଚର୍ଯ୍ୟଜନକ ପଦକ୍ଷେପ। ଏଥିସହ ସେ ହସ୍ପିଟାଲରେ ସମସ୍ତ ଅଧିକାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Share