Categories: ଜାତୀୟ

ବିନା ବ୍ୟାଗରେ ଶନିବାର ସ୍କୁଲ ଯିବେ ଛାତ୍ରୀଛାତ୍ର

ରାୟପୁର,୭।୭: ଛତିଶଗଡରେ ବର୍ତ୍ତମାନ ପିଲାମାନେ ଖେଳି ଖେଳି ଅଧ୍ୟୟନ କରିବେ। ବିଦ୍ୟାଳୟ ଶିକ୍ଷାକୁ ଆକର୍ଷଣୀୟ ତଥା ଆଖପାଖର ପରିବେଶ ସହିତ ଯୋଡିବା ପାଇଁ ଭୁପେଶ ବଘେଲା ସରକାର ଏକ ବଡ ଘୋଷଣା କରିଛନ୍ତି। ଶନିବାର ଦିନ ରାଜ୍ୟ ବିଦ୍ୟାଳୟରେ ପିଲାମାନଙ୍କୁ ବ୍ୟାଗଲେସ୍‌ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ସ୍କୁଲ ଶିକ୍ଷା ବିଭାଗ ଅନୁଯାୟୀ, ଏହି ‘ବ୍ୟାଗଲେସ ଡେ’ ଅର୍ଥାତ୍‌ ଶନିବାର ପିଲାମାନେ ବିନା ବ୍ୟାଗରେ ସ୍କୁଲକୁ ଯିବେ। ସ୍କୁଲ ଶିକ୍ଷା ବିଭାଗ ଗୁରୁବାର ଏହି ଘୋଷଣା କରିଛି। ଏହି ପଦକ୍ଷେପ ଅନୁଯାୟୀ ଶନିବାର ବିଦ୍ୟାଳୟରେ ଯୋଗ, ବ୍ୟାୟାମ, କ୍ରୀଡା ଓ ସାଂସ୍କୃତିକ କାର୍ଯ୍ୟକଳାପ ଇତ୍ୟାଦି ଆୟୋଜିତ ହେବ ବୋଲି ଗୁରୁବାର ଅଧିକାରୀମାନେ ସୂଚନା ଦେଇଛନ୍ତି। ଏହାଦ୍ୱାରା ବର୍ତ୍ତମାନ ସ୍କୁଲ ପିଲାମାନେ ପ୍ରତ୍ୟେକ ଶନିବାର ଖେଳରେ ଖେଳରେ ଅଧ୍ୟୟନ କରିବେ। ବିଦ୍ୟାଳୟ ଶିକ୍ଷାକୁ ଆକର୍ଷଣୀୟ, ବ୍ୟବହାରିକ ତଥା ପିଲାମାନଙ୍କୁ ସେମାନଙ୍କ ଆଖପାଖ ପରିବେଶ ସହିତ ଯୋଡିବା ପାଇଁ ଭୁପେଶ ବଘେଲା ସରକାର ଏହି ପଦକ୍ଷେପ ଆପଣାଇଛନ୍ତି। ଏହି ନୂତନ ପଦକ୍ଷେପ ଦ୍ୱାରା ପିଲାମାନେ ବିଦ୍ୟାଳୟକୁ ଆସିବେ ଏବଂ ସେମାନଙ୍କର ଅନ୍ୟ ରୁଚି ପ୍ରତି ଆଗ୍ରହ ସୃଷ୍ଟି ହେବ। ଏଥିସହ ପିଲାମାନେ ବିଦ୍ୟାଳୟ ଶିକ୍ଷା ଜ୍ଞାନବୋଧକ ଏବଂ ମନୋରଞ୍ଜନ ମଧ୍ୟ ପାଇପାରିବେ।

Share