କଳାହାଣ୍ଡିରେ ଛତିଶଗଡ ଏସଟିଏଫ ଟିମ୍‌ର ଚଢ଼ାଉ: ୬ ଦେଶୀ ବନ୍ଧୁକ ଜବତ

ଭବାନୀପାଟଣା,୨୫।୬(ଉତ୍ତମ କୁମାର ଦାଶ): କଳାହାଣ୍ଡିରେ ପୁଣି ଛତିଶଗଡ଼ ଏସଟିଏଫ୍‌ ପକ୍ଷରୁ ଚଢ଼ାଉ ହୋଇଛି। ଚଢ଼ାଉରେ ୬ ଦେଶୀ ବନ୍ଧୁକ, ଧନୁତୀର ସହିତ ଅନେକ ଜୀବଜନ୍ତୁଙ୍କ ଶରୀର ଅଙ୍ଗ ଜବତ ହୋଇଛି। ଏହି ଘଟଣାରେ ଜଣେ ଶିକାରୀଙ୍କୁ ମଧ୍ୟ ଗିରଫ କରାଯାଇଛି। ଜିଲାର ଦକ୍ଷିଣ ବନଖଣ୍ଡ ଧର୍ମଗଡ ରେଞ୍ଜ ଅଧିନସ୍ଥ ଖଲିଗଡ଼ରେ ବେଆଇନ ବନ୍ଧୁକ ତିଆରି କରି ଛତିଶଗଡ଼ର ଶିକାରୀମାନଙ୍କୁ ଚାଲାଣ ହେଉ ଥିବା ସୂଚନା ଛତିଶଗଡ ଏସଟିଏଫଙ୍କୁ ମିଳିଥିଲା। ଯାହାକୁ ନେଇ କଳାହାଣ୍ଡି ବନ ବିଭାଗ ଓ ଛତିଶଗଡ଼ ଏସଟିଏଫ ଖାଲିଗଡ଼ ଗାଁ ରେ ଚଢ଼ାଉ କରିଥିଲେ। ଏହି ସମୟରେ ଗାଁର ଅନେକ ଲୋକଙ୍କ ଘରୁ ଧନୁ ତୀର ଓ ଜଙ୍ଗଲୀ ଜୀବଜନ୍ତୁଙ୍କ ଶରୀରର ଅଙ୍ଗ, ୬ଟି ଦେଶୀ ବନ୍ଧୁକ ଜବତ ସହିତ ଜଣେ ଶିକାରୀଙ୍କୁ ଗିରଫ କରାଯାଇଛି। ଜବତ ହୋଇଥିବା ଜୀବଜନ୍ତୁଙ୍କ ଅଙ୍ଗ ମଧ୍ୟରେ ବାରାହା ଖପୁରି, ସିଂହ ,ହାଡ ପ୍ରମୁଖ ରହିଛି। ଏହା ପୂର୍ବରୁ ଛତିଶଗଡ଼ ଏସଟିଏଫ୍‌ ଜୟପାଟଣା ରେଞ୍ଜ ମଙ୍ଗଳପୁର ଗାଁ ରେ ଚଢ଼ାଉ କରି ୫ ଜଣକୁ ଗିରଫ କରିବା ସହିତ ବନ୍ଧୁକ ତିଆରି ସାମଗ୍ରୀ ଜବତ କରିଥିଲେ ।