ଛତିଶଗଡ଼ର ୟୁଟ୍ୟୁବରଙ୍କ ଗାଁ: ରହିଛନ୍ତି ୧୧୦୦ରୁ ଅଧିକ ୟୁଟ୍ୟୁବର…

ରାୟପୁର,୩୦।୯ : ସମ୍ପ୍ରତି ୟୁଟ୍ୟୁବ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଆୟର ଉତ୍ସ ପାଲଟିଛି। ଛତିଶଗଡର ଏକ ଗାଁରେ ଜଣେ କିମ୍ବା ଦୁଇ ଅବା ଡଜନେ ୟୁଟ୍ୟୁବର ନୁହେଁ, ଅଛନ୍ତି ୧୧୦୦ରୁ ଅଧିକ ୟୁଟ୍ୟୁବର୍‌। ଛତିଶଗଡର ରାଜଧାନୀ ରାୟପୁରଠାରୁ ୪୫ କିଲୋମିଟର ଦୂରରେ ଅବସ୍ଥିତ ତୁଳସୀ ନାମକ ଏହି ଗାଁର ଜନସଂଖ୍ୟା ୬ ହଜାର। ଏହି ଗାଁର ୟୁଟ୍ୟୁବରର ଖ୍ୟାତି ଦେଖି ରାୟପୁର ଜିଲା ପ୍ରଶାସନ ତୁଲସୀ ଗ୍ରାମରେ ଆଧୁନିକ ଉପକରଣ ସହିତ ସଜ୍ଜିତ ଏକ ଷ୍ଟୁଡିଓ ସ୍ଥାପନ କରିଛି। ଯାହାର ନାମ ‘ହମାରା ଫ୍ଲିକ୍ସ’ ରଖାଯାଇଛି। ବର୍ତ୍ତମାନ ଜିଲା ପ୍ରଶାସନ ଅନ୍ୟ ଗ୍ରାମରେ ସମାନ ଷ୍ଟୁଡିଓ ସ୍ଥାପନ କରିବାକୁ ଯୋଜନା କରୁଛି।

ରାୟପୁର କଲେକ୍ଟର ସର୍ଭେଶ୍ୱର ନରେନ୍ଦ୍ର ଭୁରେଙ୍କ ଅନୁଯାୟୀ, ୟୁଟ୍ୟୁବର୍‌ ଗ୍ରାମରେ ବହୁ ସଂଖ୍ୟକ ୟୁଟ୍ୟୁବର୍‌ ବାସ କରୁଛନ୍ତି। ସେମାନେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ବହୁତ ସକ୍ରିୟ ଅଟନ୍ତି। ଅନେକ ବିଷୟବସ୍ତୁ ସୃଷ୍ଟିକର୍ତ୍ତାଙ୍କର ଏକ ଉଲ୍ଲେଖନୀୟ ଆଧାର। ଯେତେବେଳେ ଗାଁ ପରିଦର୍ଶନ କରାଯାଇଥିଲା ସେଠାରେ ଆଧୁନିକ ସୁବିଧାର ଅଭାବ ଦେଖାଦେଇଥିଲା। ଏହାକୁ ଦୃଷ୍ଟିରେ ରଖି ସେଠାରେ ଆଧୁନିକ ଉପକରଣ ସହିତ ଏକ ଷ୍ଟୁଡିଓ ପ୍ରତିଷ୍ଠା କରାଯାଇଥିଲା। ଯାହାର ନାମ ହମାରା ଫ୍ଲିକ୍ସ ରଖାଯାଇଛି।

ସେ କହିଛନ୍ତି ଯେ ଷ୍ଟୁଡିଓ ପ୍ରତିଷ୍ଠା ୟୁଟ୍ୟୁବର୍ସଙ୍କୁ ଲାଭ ଦେଉଛି ଏବଂ ଭିଡିଓ ଏଡିଟ ଓ ଅପଲୋଡ କରିବା ସମୟରେ ନିର୍ମାତାମାନେ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ ମଧ୍ୟ କରୁଛନ୍ତି। ଗାଁରେ ୫ ବର୍ଷରୁ ଆରମ୍ଭ କରି ୮୫ ବର୍ଷ ବୟସ୍କ ୟୁଟ୍ୟୁବର ଅଛନ୍ତି।

ଛତିଶଗଡରେ ମାଓବାଦୀ ସକ୍ରିୟ ଅଛନ୍ତି। ତେବେ ରାଜ୍ୟର ତୁଳସୀ ଗାଁର ଲୋକମାନେ ନିଜର ସୃଜନଶୀଳତା ଯୋଗୁ ଖ୍ୟାତି ହାସଲ କରି ପାରିଛନ୍ତି।

ଜୟ ଏବଂ ଜ୍ଞାନେନ୍ଦ୍ର ଗାଁରେ ପ୍ରଥମେ ୟୁଟ୍ୟୁବ ଚ୍ୟାନେଲ ଆରମ୍ଭ କରିଥିଲେ। ସେମାନେ ୨୦୧୬ରେ ୟୁଟ୍ୟୁବ ଚ୍ୟାନେଲ କରିଥିଲେ। ଏହାପୂର୍ବରୁ ଜୟ ବର୍ମା ଏକ କୋଚିଂ ସେଣ୍ଟର ଚଳାଉଥିଲେ। ଯେଉଁଠାରେ ସେ ଏକାଦଶରୁ ସ୍ନାତକ ପର୍ଯ୍ୟନ୍ତ ଛାତ୍ରୀଛରାତ୍ରମାନଙ୍କୁ କୋଚିଂ ଦେଉଥିଲେ। ସେ ପିଲାଦିନରୁ ଚଳଚ୍ଚିତ୍ରକୁ ଭଲ ପାଉଥିଲେ। ଏହି ହବି ଯୋଗୁଁ ସେ ପଡୋଶୀ ଜ୍ଞାନେନ୍ଦ୍ରଙ୍କ ସହ ୟୁଟ୍ୟୁବରେ କମେଡି ଭିଡିଓ ତିଆରି କରିବା ଆରମ୍ଭ କରିଥିଲେ।

ଏହା ପରେ ଗାଁର ଅନେକ ଲୋକ ୟୁଟ୍ୟୁବ ଆରମ୍ଭ କଲେ ଏବଂ ଏହି ସଂଖ୍ୟା ଏକ ହଜାର ଅତିକ୍ରମ କଲା। ଏହି ଗାଁରେ ପ୍ରାୟ ୩୫ ରୁ ୪୦ ୟୁଟ୍ୟୁବ ଚ୍ୟାନେଲ ଅଛି। ଏଥିରୁ ଲୋକମାନେ ବହୁତ ଟଙ୍କା ରୋଜଗାର କରିଥାନ୍ତି ।

Share