Advertisement

‘ଏ ସମୟ ବି ବିତିଯିବ’

ବମ୍ବେ: ଟେଲି ପରଦାର ଲୋକପ୍ରିୟ ଅଭିନେତ୍ରୀ ଛବି ମିତ୍ତଲ ପୁଣି ଅସୁସ୍ଥ। ପ୍ରଥମେ କ୍ୟାନ୍‌ସର ଭଳି ମାରାତ୍ମକ ରୋଗକୁ ହରାଇବା ପରେ ଏବେ ସେ କୋଷ୍ଟୋକୋଣ୍ଡ୍ରାଇଟିସ୍‌ରେ ପୀଡ଼ିତ। ଛାତିରେ ଥିବା କାର୍ଟିଲେଜରେ ଆଘାତ ଲାଗିବା ଫଳରେ ଏହି ରୋଗ ହୋଇଥାଏ। ଏନେଇ ଛବି ନିଜର ସୋସିଆଲ ମିଡିଆରେ ପୋଷ୍ଟ କରି ପ୍ରଶଂସକଙ୍କୁ ଜଣାଇଛନ୍ତି। ଏହାପରେ ଅନେକ ତାଙ୍କର ଶୀଘ୍ର ଆରୋଗ୍ୟ ହେବାର କାମନା କରୁଛନ୍ତି।

୨୦୨୨ରେ ଛବି କ୍ୟାନ୍‌ସର ହୋଇଥିବା ନେଇ ଜଣାଇଥିଲେ। ଉକ୍ତ ମାସରେ ସେ ନିଜର ସର୍ଜରୀ ମଧ୍ୟ କରାଇଥିଲେ। ଏପରିକି ରାଡିଏଶନ ଥେରାପି ନେଇ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିବା କହିଥିଲେ। ମାତ୍ର ଏବେ ପୁଣି ଥରେ ସେ ଅସୁସ୍ଥ ଥିବା କହି ଚମକାଇଛନ୍ତି। ତେବେ ଏ ସମୟ ବି ବିତିଯିବ ବୋଲି ସେ ଆଶାବାଦୀ ଥିବା କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share