Categories: ଜାତୀୟ

ଉପମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଚାଙ୍ଗୁ ବଜାଇ ପ୍ରଚାର କରୁଛନ୍ତି ଛେଦୁ…

ସିରାଥୁ, ୧୬।୨ : ଉତ୍ତରପ୍ରଦେଶର କୌଶମ୍ଭିର ହଟ୍‌ ବିଧାନସଭା ଆସନ ଭାବେ ସିରାଥୁକୁ ବିବେଚନା କରାଯାଉଛି। ଏଠାରୁ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ନିର୍ବାଚନ ଲଢୁଛନ୍ତି। ଏହି ଆସନରେ ତାଙ୍କ ବିରୋଧରେ ନିର୍ଦ୍ଦଳୀୟ ପ୍ରାର୍ଥୀ ଭାବେ ଛେଦୁ ଚମାର ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସିରାଥୁରେ ମୋଟ ୧୮ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ରହିଛନ୍ତି। ଏଠାରେ ଫେବୃୟାରୀ ୨୭ରେ ମତଦାନ ଅନୁଷ୍ଠିତ ହେବ।

ଛେଦୁ ଇତିମଧ୍ୟରେ ପଞ୍ଚାୟତଠାରୁ ଆରମ୍ଭ କରି ଲୋକସଭା ପର୍ଯ୍ୟନ୍ତ ମୋଟ ୧୦ ଥର ନିର୍ବାଚନ ଲଢି ସାରିଛନ୍ତି। ଏବେ ୧୧ ଥର ପାଇଁ ସେ ବିଧାନସଭା ନିର୍ବାଚନରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ୨୦୦୧ରେ ଛେଦୁ ପଞ୍ଚାୟତ ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ। ଛେଦୁ ଚାଙ୍ଗୁ ବଜାଇ ସାଇକେଲରେ ବୁଲି ବୁଲି ତାଙ୍କୁ ଭୋଟ ଦେବାକୁ ଅନୁରୋଧ କରୁଛନ୍ତି।

ଛେଦୁଙ୍କ ନିର୍ବାଚନ ପ୍ରଚାର ଏବେ ସୋସିଆଲ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଲୋକେ ତାଙ୍କୁ ଭୋଟ ଦେବାକୁ ସ୍ବୀକୃତି ମଧ୍ୟ ଦେଉଛନ୍ତି। ତେବେ ଏବେ ଛେଦୁ ନିର୍ବାଚନ ଫଳାଫଳକୁ ଅପେକ୍ଷା କରିଛନ୍ତି।

Share