ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରାଙ୍କୁ କରୋନା

ଭୁବନେଶ୍ୱର/ଛେଣ୍ଡିପଦା,୨୮।୯ (ବ୍ୟୁରୋ/ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ନିର୍ବାଚନମଣ୍ଡଳୀର ବିଧାୟକ ସୁଶାନ୍ତ ବେହେରା କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତେବେ ପୂର୍ବରୁ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ଓ ପାଲଲହଡ଼ା ବିଧାୟକ ମୁକେଶ ପାଳ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବେଳେ ସୋମବାର ଅପରାହ୍ନରେ ଅନୁଗୁଳ ବିଧାୟକ ତଥା ବିଧାନସଭା ଉପ-ବାଚସ୍ପତି ରଜନୀକାନ୍ତ ସିଂହ କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରର ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ସେ ତାଙ୍କ ଫେସବୁକ ଆକାଉଣ୍ଟରେ ସୂଚନା ଦେଇଛନ୍ତି । ତେବେ ଏହି ତିନି ବିଧାୟକଙ୍କ ପରେ ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ତାଙ୍କର କରୋନାର କୈାଣସି ଲକ୍ଷଣ ନ ଥିବା ବେଳେ ସେ ସୁସ୍ଥ ମଧ୍ୟ ଥିବା ସୁଚନା ଦେଇଛନ୍ତି । ଏ ନେଇ ସେ ସଙ୍ଗରୋଧରେ ରହି ଚିକିତ୍ସିତ ହେଉଥିବା ସୂଚନା ଦେଇଛନ୍ତି । ବିଗତ ଦଶଦିନ ମଧ୍ୟରେ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ବିଶେଷ ମାନଙ୍କୁ କରୋନା ପରୀକ୍ଷା କରେଇନେବାକୁ ଅନୁରୋଧ କରିଛନ୍ତି । ଏ ନେଇ ଛେଣ୍ଡିପଦା ନିର୍ବାଚନମଣ୍ଡଳୀର ସମର୍ଥକମାନେ ତାଙ୍କର ଆସୁ ଆରୋଗ୍ୟ କାମନା କରିଛନ୍ତି।

Share