Categories: ଖେଳ

ବେଙ୍ଗାଲୁରୁ ପାଇଁ ଆଉ ଏକ ବର୍ଷ ଖେଳିବେ ଛେତ୍ରୀ

ବେଙ୍ଗାଲୁରୁ, ୪ା୭ (ପି.ଟି.): ଭାରତୀୟ ଫୁଟ୍‌ବଲ ଆଇକନ ସୁନୀଲ ଛେତ୍ରୀ ସୋମବାର ବେଙ୍ଗାଲୁରୁ ଏଫ୍‌ସି ସହ ଅତିରିକ୍ତ ବର୍ଷର ବିକଳ୍ପ ସହିତ ଏକ ନୂଆ ବର୍ର୍ଷିକିଆ ଚୁକ୍ତି କରିଛନ୍ତି। ବର୍ତ୍ତମାନର ସକ୍ରିୟ ଖେଳାଳିଙ୍କ ମଧ୍ୟରେ ଛେତ୍ରୀ ବିଶ୍ୱର ତୃତୀୟ ସର୍ବାଧିକ ଗୋଲ ସ୍କୋରର ବିବେଚିତ ହେଉଛନ୍ତି। ଆଉ ୨ ମାସ ପରେ ସେ ତାଙ୍କ ୩୯ତମ ଜନ୍ମଦିନ ପାଳିବେ। ଛେତ୍ରୀ କାନ୍ତିରାଭା ଷ୍ଟାଡିୟମରେ ଏକ ବ୍ୟାନରର ଉନ୍ମୋଚନ କରିଛନ୍ତି, ଯେଉଁଠାରେ ଭାରତ ଶନିବାର ଅନୁଷ୍ଠିତ ସାଫ୍‌ ଚାମ୍ପିୟନଶିପ୍‌ ସେମିଫାଇନାଲରେ ଲେବାନନଙ୍କୁ ହରାଇ ଦେଇଥିଲା। ୨୦୧୩ରେ ବେଙ୍ଗାଲୁରୁ ଏଫ୍‌ସି ଗଠନ ହୋଇଥିଲା। କ୍ଲବ ସହ ସେ ୧୦ ସିଜନ ଧରି ଖେଳି ଆସୁଛନ୍ତି। ସେ କ୍ଲବରେ ସବୁଠାରୁ ଅଧିକ ଦିନ ଧରି ତିଷ୍ଠି ରହିଥିବା ଖେଳାଳି। କ୍ଲବ ସହ ସେ ୭ ଟ୍ରଫି ଜିତିଛନ୍ତି। ଛେତ୍ରୀ କହିଛନ୍ତି କ୍ଲବ ସହ ସେ ଖୁବ୍‌ ଖୁସି ଅଛନ୍ତି। କ୍ଲବ ପାଇଁ ଆଉ ଦୁଇ ବର୍ଷ ଖେଳିଲେ ତାଙ୍କର କୌଣସି ଅସୁବିଧା ନାହିଁ।

Share