ଭୋପାଳ,୧୮।୭: ମମଧ୍ୟପ୍ରଦେଶର ଏକ ସରକାରୀ ହସ୍ପିଟାଲରେ ରବିବାର ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ହସ୍ପିଟାଲ ଜିନିଷ ନେଇ ଆସିଥିବା ଏକ ଅଟୋ ଅଚାନକ ୫ ମହଲା ଉପରକୁ ଚଢିଯାଇଥିଲା। ରୋଗୀ ଆସୁଥିବା/ଯାଉଥିବା ଶିଡ଼ିରେ ଧଡ୍ ଧଡ୍ ହୋଇ ଅଟୋଟି ୫ ମହଲା ଉପରକୁ ଚଢି ଯାଇଥିଲା। ଏହା ଦେଖି ହସ୍ପିଟାଲ କର୍ମଚାରୀ ଭୟଭୀତ ହୋଇଯାଇଥିଲେ। ଅଟୋର ଶବ୍ଦ ଶୁଣି ରୋଗୀ ଏବଂ ସେମାନଙ୍କ ପରିଜନମାନେ ଦୌଡାଦୌଡି ହୋଇ ଦେଖିବାକୁ ଆସିଥିଲେ। ଅଟୋ ଡ୍ରାଇଭର କହିଥିଲେ ଯେ, ସେ ବହୁ ପୂର୍ବରୁ ଡାକ୍ତରଖାନାର ସାମଗ୍ରୀ ନେଇ ଆସିଥିଲେ। ତଳ ମହଲାରେ ଡାକ୍ତରଖାନାର କୌଣସି କର୍ମଚାରୀ ଅଟୋରୁ ଲଗେଜ କାଢି ନଥିଲେ। ଡ୍ରାଇଭର ଏଥିରେ ରାଗି ଯାଇଥିଲେ। ଏହି ରାଗରେ ସେ ନିଜର ଅଟୋ ନେଇ ପଞ୍ଚମ ମହଲାକୁ ଉଠିଗଲେ। ଏବେ ଲଗେଜ ନେଇ ଡାକ୍ତରଖାନାର ପଞ୍ଚମ ମହଲାରେ ପହଞ୍ଚିବା ନେଇ ତଦନ୍ତ ଚାଲିଛି। ଡାକ୍ତରଖାନାରେ ସ୍ଥାପିତ ସିସିଟିଭି କ୍ୟାମେରାର ଫୁଟେଜ ଆଧାରରେ ଅଟୋ କିପରି ଏତେ ଉଚ୍ଚରେ ପହଞ୍ଚିଲା ସେନେଇ ଅନୁସନ୍ଧାନ କରାଯାଉଛି। ବାଟରେ, ଡାକ୍ତରଖାନାର କୌଣସି ସିରକ୍ଷାକର୍ମୀ ଅଟୋକୁ କାହିଁକି ଅଟକାଇଲେ ନାହିଁ ତାହା ଏବେ ପ୍ରଶ୍ନବାଚୀ ହୋଇ ରହିଛି।