ଚିକନ୍‌କାରୀ ଆଉଟ୍‌ଫିଟ୍‌

ଚିକନ୍‌କାରୀ କୁର୍ତ୍ତା: ଖରାଦିନେ କୁଲ୍‌, କମ୍ଫର୍ଟେବଲ ଲୁକ୍‌ ଦେଇଥାଏ ଚିକନ୍‌କାରୀ କୁର୍ତ୍ତା। ଯଦି ଆପଣ ଦିନବେଳା ଏହାକୁ କ୍ୟାରି କରିବାକୁ ଚାହୁଁଥାନ୍ତି, ତା’ହେଲେ ପ୍ଲାଜୋ ସହିତ ପିନ୍ଧିଲେ ଆକର୍ଷଣୀୟ ଲୁକ୍‌ ମିଳେ। ଖାସ୍‌କରି ଲେସ୍‌ କାମ ହୋଇଥିବା ପ୍ଲାଜୋ ସହିତ ଏହା ବେଶ୍‌ ମାନିଥାଏ। ଆଉ ଯଦି ଟିକେ ଷ୍ଟାଇଲିଶ୍‌ ଟଚ୍‌ ଚାହୁଁଥାନ୍ତି, ତା’ହେଲେ ଚିକନ୍‌କାରୀ କୁର୍ତ୍ତାକୁ ଜିନ୍ସ ସହିତ ମଧ୍ୟ ପେୟାର୍‌ କରିପାରିବେ। ଏଥିପାଇଁ ଆପଣଙ୍କ ହାତରେ ହାଇଓ୍ବେଷ୍ଟ ଜିନ୍ସରୁ ଆରମ୍ଭ କରି ରିପ୍ଡ ଜିନ୍ସ ପର୍ଯ୍ୟନ୍ତ ଅନେକ ଅପ୍ସନ ରହିଛି। ସ୍ପୋର୍ଟି ଲୁକ୍‌ ପାଇଁ ଆପଣ ଏହା ସହିତ ସ୍ନିକର୍ସ ମଧ୍ୟ ମ୍ୟାଚିଂ କରି ପିନ୍ଧିପାରିବେ। ଏହାଛଡ଼ା ଯଦି ଆପଣ ସିମ୍ପଲ ପ୍ୟାଣ୍ଟ କିମ୍ବା ଟ୍ରାଉଜର୍ସ ସହିତ ଏହି କୁର୍ତ୍ତା ପିନ୍ଧିବାକୁ ଚାହୁଁଥାନ୍ତି; ତା’ହେଲେ ଧ୍ୟାନ ଦେବେ ପ୍ୟାଣ୍ଟ କିମ୍ବା ଟ୍ରାଉଜର୍ସର ଲମ୍ବା ଯେମିତି ଆଙ୍କେଲ୍‌ ଲେଙ୍ଗ୍‌ଥ ହୋଇଥିବ। ଏହି ଲୁକ୍‌କୁ ସିଲ୍‌ଭର୍‌ କଲର୍‌ର ଚାନ୍ଦବାଲି କିମ୍ବା ଝୁମ୍‌କା ଇୟର ରିଂ ବେଶ୍‌ ଭଲ ମାନିଥାଏ।

ଚିକନ୍‌କାରୀ ଶାଢି: ଏହା ଦେଖିବାକୁ ଯେମିତି ସୁନ୍ଦର ହୋଇଥାଏ ପିନ୍ଧିବାକୁ ବି ସେମିତି କମ୍ଫର୍ଟେବଲ ଲାଗିଥାଏ। ସେଥିପାଇଁ ସେଲିବ୍ରିଟିଙ୍କୁ ବି ଅନେକ ସମୟରେ ଏହି ଶାଢି ପିନ୍ଧିଥିବାର ଦେଖିବାକୁ ମିଳେ। ବିଶେଷକରି ସିଲ୍କ ଚିକନ୍‌କାରୀ ଶାଢି, ଜର୍ଜେଟ୍‌ ଚିକନ୍‌କାରୀ ଶାଢି, କୋଟା ଚିକନ୍‌କାରୀ ଶାଢି, ଚନ୍ଦେରୀ ଚିକନ୍‌କାରୀ ଶାଢିର ବେଶ୍‌ ଚାହିଦା ରହୁଥିବା ସୂଚନା ରହିଛି।

ଚିକନ୍‌କାରୀ ଲେହେଙ୍ଗା: ଖରାଦିନେ ହେଉଥିବା ବାହାଘରରେ ପିନ୍ଧିବା ପାଇଁ ଚିକନ୍‌କାରୀ ଲେହେଙ୍ଗା ଏକ ବେଷ୍ଟ ଅପ୍ସନ ହୋଇଥାଏ। ବିଶେଷକରି ବେବି ପିଙ୍କ୍‌, ବ୍ରାଇଟ୍‌ ୟେଲୋ, ଲାଇଟ୍‌ ଅରେଞ୍ଜ, ପିଚ୍‌ କଲର୍‌, ଲାଇଟ୍‌ ବ୍ଲୁ କିମ୍ବା ପର୍ପଲ କଲର୍‌ର ଚିକନ୍‌କାରୀ ଲେହେଙ୍ଗା ଖରାଦିନେ ପିନ୍ଧିବାକୁ ଭଲ ଲାଗିଥାଏ। ଲାଇଟ୍‌ ଫାବ୍ରିକ୍‌ରେ ତିଆରି ହୋଇଥିବା ଏହି ଲେହେଙ୍ଗା ସହିତ ଡାଇମଣ୍ଡ, ରୁବି, ପୋଲ୍‌କି କିମ୍ବା କୁନ୍ଦନ କାମ ହୋଇଥିବା ଜୁଏଲେରୀ ପିନ୍ଧିଲେ ଲୁକ୍‌ ବେଶ୍‌ ଆକର୍ଷଣୀୟ ଦେଖାଯାଇଥାଏ।

ଚିକନ୍‌କାରୀ ଗାଉନ୍‌: ଖରାଦିନେ ଅଫିସ୍‌ ପାର୍ଟି ହେଉ ଅବା ଘରୋଇ ପୂଜାପର୍ବରେ ପିନ୍ଧିବା ପାଇଁ ଏହା ବେଷ୍ଟ ଅପ୍ସନ ହୋଇଥାଏ। ଏହା ସହିତ ଅକ୍ସିଡାଇଜ୍‌ଡ ଜୁଏଲେରୀ ପିନ୍ଧିଲେ ଲୁକ୍‌ ବେଶ୍‌ ସୁନ୍ଦର ଦେଖାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଶୀତବସ୍ତ୍ର ଦୁର୍ଗନ୍ଧ ହେଉଥିଲେ..

ଶୀତଦିନରେ ଯେତେବେଳେ ଆମେ ଶୀତବସ୍ତ୍ର ଆଲମାରୀରୁ କାଢ଼ୁ ସେଥିରୁ ଅଜବ ପ୍ରକାର ଦୁର୍ଗନ୍ଧ ବାହାରିଥାଏ। କେତୋଟି ଟିପ୍ସ ଦିଆଯାଉଛି ଯାହାକୁ ଆପଣାଇ ଏହି ସମସ୍ୟାରୁ ରକ୍ଷା...

କେଶ ଝଡୁଥିଲେ ଆପଣାନ୍ତୁ ଏହି ଉପାୟ

କେଶ କୁଣ୍ଡାଇବା ସମୟରେ ଆମେ କେତୋଟି ଛୋଟମୋଟ ଭୁଲ୍‌ କରିଥାଉ,ଯାହା ଆମ କେଶ ଝଡ଼ିବାରେ ସମସ୍ୟା ହୋଇଥାଏ। ଆସନ୍ତୁ, ଜାଣିବା ଠିକ୍‌ ଉପାୟରେ କିପରି ମୁଣ୍ଡ...

ଭାରତକୁ ଦୁଗ୍ଧ ଉତ୍ପାଦନରେ ସ୍ବାବଲମ୍ବୀ କରିଥିଲା ଶ୍ୱେତ ବିପ୍ଲବ

ସାରା ଦେଶରେ ନଭେମ୍ବର ୨୬ ତାରିଖକୁ ଜାତୀୟ ଦୁଗ୍ଧ ଦିବସ ଭାବେ ପାଳନ କରାଯାଏ। ଭାରତରେ ଶ୍ୱେତ ଆନ୍ଦୋଳନର ଜନକ ଡ. ଭର୍ଗିଜ କ୍ୟୁରିୟନଙ୍କ ଜନ୍ମ...

କିଡ୍‌ନୀ ଖରାପ ହେଲେ ଦେଖାଦିଏ ଏସବୁ ଲକ୍ଷଣ…

ଆମ ଶରୀରର ଏକ ମୁଖ୍ୟ ଓ ଦରକାରୀ ଅଙ୍ଗ ହେଉଛି କିଡ୍‌ନୀ। ଶରୀରରେ ପ୍ରଭାବିତ ହେଉଥିବା ରକ୍ତକୁ ଏହା ବିଶୋଧନ କରିଥାଏ। ତା’ ସହ ଅଦରକାରୀ...

ଜଳବାୟୁ ପରିବର୍ତ୍ତନ ପାଇଁ ପ୍ଲାଷ୍ଟିକ ପ୍ରଦୂଷଣ ଦାୟୀ

ଜଳବାୟୁ ପରିବର୍ତ୍ତନ ବର୍ତ୍ତମାନ ସମଗ୍ର ବିଶ୍ୱରେ ଏକ ପ୍ରମୁଖ ସମସ୍ୟା ଭାବରେ ଉଭା ହୋଇଛି। ଏହା ପଛରେ ତ ବିଭିନ୍ନ କାରଣ ରହିଛି। ତେବେ ଏଥିପାଇଁ...

ଦୀର୍ଘାୟୁ ପାଇଁ ଦିନଚର୍ଯ୍ୟା

ଆଧୁନିକ ଯୁଗରେ ମଣିଷ ଏକ ଯନ୍ତ୍ର ମାନବରେ ପରିଣତ ହୋଇଯାଇଛି କହିଲେ ଅତ୍ୟୁକ୍ତି ହେବନାହିଁ। ବସ୍ତୁବାଦୀ ଯୁଗରେ ମଣିଷର ନିଅଣ୍ଟ ପରିପୂର୍ଣ୍ଣ ହେଉନାହିଁ। ମୋବାଇଲ୍‌, ଟିଭି,...

ଓଜନ କମାଇବାର ଘରୋଇ ଉପାୟ…

ଫିଟ୍‌ ଆଣ୍ଡ ଫାଇନ୍‌ ରହିବାକୁ ହେଲେ ଶରୀରର ଓଜନକୁ ନିୟନ୍ତ୍ରଣରେ ରଖିବା ନିହାତି ଜରୁରୀ। ସେଥିପାଇଁ କିଏ କେତେ ଉପାୟ ଆପଣାଇଥାନ୍ତି। କିଛି ଲୋକ ଓଜନ...

ଘରେ ଝାଡ଼ୁକୁ ରଖୁଛନ୍ତି କି ଏମିତି ତେବେ ନିହାତି ଜାଣନ୍ତୁ…

ଝାଡ଼ୁ ଦ୍ବାରା ଘରକୁ କେବଳ ସଫା କରାଯାଏନି, ଐଶ୍ୱର୍ଯ୍ୟ ବୃଦ୍ଧିରେ ମଧ୍ୟ ଏହା ବେଶ୍‌ ସହାୟକ ହୋଇଥାଏ। ଜ୍ୟୋତିଷଶାସ୍ତ୍ର ଅନୁଯାୟୀ, ଘରେ ଝାଡ଼ୁକୁ କିପରି ବ୍ୟବହାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri