Categories: ଫୁରସତ

କୁକୁଡାର କେକ୍‌ କଟା: ଭିଡିଓ ଦେଖିଲେ…

ସୋସିଆଲ ମିଡିଆର ଦୁନିଆ ମଧ୍ୟ ଅଜବ ଅଟେ। ଏଠାରେ କିଛି ସେକେଣ୍ଡରେ ଏମିତି ଭାଇରାଲ ହୁଏ, ଯାହା ଜଣଙ୍କୁ ରାତାରାତି ଷ୍ଟାର୍‌ କରାଇଦିଏ। ଏପରି ଏକ ଭାଇରାଲ ଭିଡିଓ ସାମ୍ନାକୁ ଆସିଛି। ଭିଡିଓରେ କୁକୁଡ଼ାର ଦ୍ୱିତୀୟ ଜନ୍ମଦିନ ଅତ୍ୟନ୍ତ ଉତ୍ସାହର ସହିତ ପାଳନ କରାଯାଉଛି। କୁକୁଡା ଗୋଡରେ ଛୁରି ରଖି କେକ କଟା ଦୃଶ୍ୟର ଭିଡିଓକୁ ନେଇ ଲୋକେ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି।


ଇନଷ୍ଟାଗ୍ରାମରେ ମେମ୍ସ ପକ୍ଷରୁ ଅପଲୋଡ ହୋଇଥିବା ଏହି ଭିଡିଓରେ, କୁକୁଡ଼ା ଜଣେ ଯୁବତୀଙ୍କ କୋଳରେ ବସିଛି। ଏହି ଜନ୍ମଦିନ ପାଳନ କରିବାକୁ ପରିବାରର ସମସ୍ତ ସଦସ୍ୟ ଏକତ୍ରିତ ହୋଇଛନ୍ତି। ଏହି ଅନନ୍ୟ ଜନ୍ମଦିନ ପାଳନ କରିବାକୁ ସମସ୍ତେ ଉତ୍ସାହିତ ଦେଖାଯାଉଛନ୍ତି। ଏହା ପରେ, କୁକୁଡାର ଗୋଡରେ ଛୁରି ରଖାଯାଇ କେକ କଟା ଯାଇଥିଲା, କେକର କିଛି ଅଂଶ ମଧ୍ୟ କୁକୁଡ଼ାକୁ ଖାଇବାକୁ ଦିଆଯାଇଥିଲା। କେକ କାଟିବା ପରେ ସମସ୍ତେ କୁକୁଡ଼ାକୁ ଜନ୍ମଦିନ ଶୁଭେଚ୍ଛା ଜଣାଇଥିଲେ। ଏହି ଭିଡିଓଟି ପ୍ରାୟ ୫୭ ସେକେଣ୍ଡ ଅଟେ। ସୋସିଆଲ ମିଡିଆରେ ଏଭଳି ଭିଡିଓ ଭାଇରାଲ ହୋଇଛି।

Share