କୁକୁଡ଼ା ଅଣ୍ଡା, ମାଂସ ଉତ୍ପାଦନ ଏବେ ବାଧାପ୍ରାପ୍ତ

ଛତ୍ରପୁର,୯।୨(ସନ୍ତୋଷ ପାଢ଼ୀ): ପ୍ରାଣୀ ଚିକିତ୍ସକମାନଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଲାଗି କୁକୁଡ଼ା ଚାଷୀମାନେ ନାନା ଅସୁବିଧାର ସମ୍ମୁଖୀନ ହେବାରେ ଲାଗିଛନ୍ତି । ଏମାନଙ୍କ ସହ ଆଲୋଚନା କରି ଆନ୍ଦୋଳନ ବନ୍ଦ କରିବା ଲାଗି ପଦକ୍ଷେପ ନେବା ପାଇଁ ଗଞ୍ଜାମ ଜିଲା କୁକୁଡ଼ା ଚାଷୀ ସଂଘ ପକ୍ଷରୁ ଅନୁରୋଧ କରଯାଇଛି। ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସଙ୍ଘ ପକ୍ଷରୁ ଜିଲାପାଳଙ୍କୁ  ସ୍ମାରକପତ୍ର ପ୍ରଦାନ କରାଯାଇଛି।
ସେମାନଙ୍କ ପକ୍ଷରୁ କୁହାଯାଇଛି ଯେ, ରାଜ୍ୟରେ କୁକୁଡ଼ା ଅଣ୍ଡା ଓ ବ୍ରଏଲର ମାଂସ ଉତ୍ପାଦନରେ ଜିଲାର ଅବଦାନ ଅନେକ । ଜିଲାର ଉଦ୍ୟୋଗୀମାନେ ପ୍ରାଣୀ ଚିକିତ୍ସକଙ୍କ ସହାୟତାରେ ଅତ୍ୟାଧୁନିକ କାରିଗରୀ ବିଦ୍ୟା ଅବଲମ୍ବନ କରି କୁକୁଡ଼ା ଚାଷକୁ ଏକ ଉଦ୍ୟୋଗରେ ପରିଣତ କରିଛନ୍ତି । ତାହାରି ଫଳ ସ୍ବରୂପ ଗଞ୍ଜାମ ସାରା ରାଜ୍ୟକୁ ଅଣ୍ଡା ଓ ମାଂସ ରପ୍ତାନି କରିବାର ସୁଯୋଗ ପାଇଇି । ଆର୍ଥିକ ଅଗ୍ରଗତି ନିମନ୍ତେ ବିଭିନ୍ନ ଯୋଜନାରେ ଜିଲାରେ ଅସଂଖ୍ୟ ଛୋଟ ମଧ୍ୟମ ଓ ବୃହତ କୁକୁଡ଼ା ଫାର୍ମମାନ ହୋଇଛି। ଏହି କୁକୁଡ଼ା ଉଦ୍ୟୋଗ ସହ କୁକୁଡ଼ା ଖାଦ୍ୟ ଯୋଗାଣ ସଂସ୍ଥା, ଟୀକା ଓ ଔଷଧ ସଂସ୍ଥା, ପରିବହନ ଓ ରିଟେଲ ବ୍ୟବସାୟୀ ଆଦି ଅନେକ ଜୀବନ ଜୀବିକା ନିର୍ଭରଶୀଳ ।
Share