କୁକୁଡ଼ା ଛୁଆକୁ ନେଇ ସୋସିଆଲ ମିଡିଆରେ ବର୍ତ୍ତମାନ ଏକ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓକୁ ଦେଖିଲେ ଆପଣ ମଧ୍ୟ ହସକୁ ନିୟନ୍ତ୍ରଣ କରିପାରିବେ ନାହିଁ। କୁକୁଡ଼ା ଛୁଆଟି ପଛପଟେ ହାତ ଦେଇ ପୁରା ନଇଁଯାଉଛି। ଯେପରି ମଣିଷ ମାନଙ୍କ ଅଣ୍ଟା ବିନ୍ଧା ହେଲା ବେଳେ ସେମାନେ ଅଣ୍ଟାରେ ହାତ ଦେଇ ବ୍ୟାୟାମ କରନ୍ତି ଠିକ୍ ସେପରି କୁକୁଡ଼ାଛୁଆଟି କରୁଛି। ଏହି ଭିଡିଓକୁ ଭାରତୀୟ ବନ ସେବା ଅଧିକାରୀ ସୁଶାନ୍ତ ନନ୍ଦା ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। କ୍ୟାପଶନରେ ସେ ଲେଖିଛନ୍ତି, ପିଠି ସମସ୍ୟାର ଯତ୍ନ ନେବା ପରି..। ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।
Taking care of back problems be like.. pic.twitter.com/SHx6DTWt0f
— Susanta Nanda (@susantananda3) August 8, 2020