Categories: ଜାତୀୟ

ବିହାର, ମଧ୍ୟପ୍ରଦେଶ ଭୋଟର ଆମେରିକା ରାଷ୍ଟ୍ରପତି ପ୍ରାର୍ଥୀ ବିଡେନଙ୍କ ଟିପ୍ପଣିକୁ ମନେ ରଖନ୍ତୁ: ଚିଦାମ୍ବରମ

ନୂଆଦିଲ୍ଲୀ,୧୮ ।୧୦: କଂଗ୍ରେସର ବରିଷ୍ଠ ନେତା ପି. ଚିଦାମ୍ବରମ ବିହାର, ମଧ୍ୟପ୍ରଦେଶ ଓ ଦେଶର ଅନ୍ୟ ରାଜ୍ୟର ଜନତାଙ୍କୁ ଅପିଲ କରି କହିଛନ୍ତି, ଭୋଟ ଦେବା ସମୟରେ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡେମୋକ୍ରାଟିକ ପାର୍ଟି ପ୍ରାର୍ଥୀ ଜୋ ବିଡେନଙ୍କ ‘ବିଭାଜନ ବଦଳରେ ଏକତା’ ବାଛିବାର ଟିପ୍ପଣିକୁ ମନେ ରଖନ୍ତୁ । ସୂଚନାଯୋଗ୍ୟ, ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନ ଭୋଟରଙ୍କୁ ଭୟ ବଦଳରେ ଆଶା, ବିଭାଜନ ବଦଳରେ ଏକତାକୁ ବାଛିବାକୁ କହିଛନ୍ତି । ଚିଦାମ୍ବରମ କହିଛନ୍ତି ଭାରତୀୟ ଭୋଟର ବି ଏହି କଥାକୁ ମନେ ରଖି ଭୋଟଦାନ କରନ୍ତୁ । ସୂଚନା ଅନୁଯାୟୀ, ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ୨୮ ତାରିଖରେ ହେବାକୁ ଥିବା ବେଳେ ଏବେ ସେଠାରେ ରାଜନୈତିକ ଉଷ୍ମତା ବଢିବାରେ ଲାଗିଛି ।

Share