Categories: ଜାତୀୟ

ସତ ହେଲା ଭବିଷ୍ୟବାଣୀ, ଭାରତକୁ ମିଳିଲା ନାହିଁ ଲକ୍‌ଡାଉନର ଲାଭ: ଚିଦାମ୍ବରମ

ନୂଆଦିଲ୍ଲୀ,୫।୯: କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ କରୋନା ଭାଇରସ ସଂକ୍ରମଣକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି କରୋନା ଭାଇରସ ସଂକ୍ରମଣ ସମୟରେ ଭାରତ ଏକମାତ୍ର ଦେଶ ଯିଏ ଲକ୍‌ଡାଉନ ରଣନୀତିର ଲାଭ ଉଠାଇ ପାରିଲା ନାହିଁ। ତେବେ ସେପ୍ଟେମ୍ବର ଶେଷ ସୁଦ୍ଧା ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ୬୫ ଲକ୍ଷ ଛୁଇଁବା ଅନୁମାନ କରିଛନ୍ତି ଚିଦାମ୍ବରମ । ଆଉ ଏବେ ସେପ୍ଟେମ୍ବର ଆରମ୍ଭରେ ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ୪୦ ଲକ୍ଷ ଅତିକ୍ରମ କରିବା ପରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଚିଦାମ୍ବରମ। ସେ କହିଛନ୍ତି, ପୂର୍ବରୁ ମୁଁ ଅନୁମାନ କରିଥିଲି କି ସେପ୍ଟେମ୍ବର ୩୦ ସୁଦ୍ଧା ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୫ ଲକ୍ଷ ଛୁଇଁବ। ହେଲେ ମୁଁ ଭୁଲ୍‌ ଥିଲି। ଭାରତରେ ୨୦ ସେପ୍ଟେମ୍ବର ସୁଦ୍ଧା କରୋନା ସଂକ୍ରମିତଙ୍କ ସଂଖ୍ୟା ୫୫ ଲକ୍ଷ ଅତିକ୍ରମ କରି ୬୫ ଲକ୍ଷରେ ପହଞ୍ଚିଯିବ। ଏସବୁ କଥା ଚିଦାମ୍ବରମ ଟୁଇଟ୍‌ କରି ଉଲ୍ଲେଖ କରିଛନ୍ତି। ପରୋକ୍ଷରେ ଏଥିପାଇଁ ସେ କେନ୍ଦ୍ରର ଭାରତୀୟ ଜନତା ପାର୍ଟି(ଭାଜପା) ସରକାରଙ୍କୁ ଦାୟୀ କରିଛନ୍ତି।

Share