ରଥରେ ଚଢ଼ିଥିବା ଅଣସେବାୟତଙ୍କୁ ହାତଧରି ଟାଣି ଆଣିଲେ ମୁଖ୍ୟ ପ୍ରଶାସକ

ପୁରୀ,୧୫।୭: ସେବାୟତ ବେଶରେ ଜଣେ ଅଣସେବାୟତ ରଥରେ ଚଢ଼ିବା ଘଟଣା ସୋମବାର ବାହୁଡ଼ାଯାତ୍ରା ସମୟରେ ଦେଖିବାକୁ ମିଳିଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ରଥ ଉପରେ ଚଢ଼ିଥିବା ଜଣେ ଅଣ ସେବାୟତଙ୍କୁ ଚିହ୍ନଟ କରି ତାଙ୍କୁ ହାତଧରି ରଥରୁ ଟାଣି ଆସିବା ଦୃଶ୍ୟ ଗଣମାଧ୍ୟମରେ ଦେଖିବାକୁ ମିଳିଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଏହି କାର୍ଯ୍ୟକୁ ସେବାୟତଙ୍କ ମହଳରେ ପ୍ରଶଂସା କରାଯାଇଛି।

କିଛି ସମୟ ପୂର୍ବରୁ ୨ଜଣ ଅଧିକାରୀ ସେବାୟତ ବେଶରେ ଉଭୟ ତାଳଧ୍ୱଜ ଓ ନନ୍ଦିଘୋଷ ରଥରେ ଚଢ଼ିଥିବା ଅଭିଯୋଗ ହୋଇଥିଲା । ସେମାନଙ୍କ ନାଁରେ ସିଂହଦ୍ବାର ଥାନାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏତଲା ଦିଆଯାଇଛି । ତାଳଧ୍ୱଜ ରଥରେ ଇଫକୋ ଅଧିକାରୀ ପ୍ରସନ୍ନ ବେଉରା ଚଢ଼ିଥିବା ବେଳେ ନନ୍ଦିଘୋଷ ରଥରେ ଦିଲ୍ଲୀ ସଂସ୍କୃତ ବିଶ୍ୱବିଦ୍ୟାଳୟ କୁଳପତି ଅନିଲ ବରଖେଡି ଚଢିଥିବା ଜଣାପଡ଼ିଛି। ଆଇନ ଅନୁଯାୟୀ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି।

Share