ସୋନପୁର,୯।୫(ନି.ପ୍ର): ସୁବର୍ଣ୍ଣପୁର ଜିଲା ତରଭା ସବରେଜିଷ୍ଟ୍ରି ଅଫିସର ମୁଖ୍ୟ କିରାଣୀ ଶିବ ପ୍ରସାଦ ଗୁରୁଙ୍କୁ ମଙ୍ଗଳବାର ଭିଜିଲାନ୍ସ ବିଭାଗ ଗିରଫ କରିଛି। ଶିବ ପ୍ରସାଦ ଗୁରୁ ଜମି ରେଜିଷ୍ଟ୍ରି ସମ୍ପର୍କିତ କାମ ପାଇଁ ୨୪ ହଜାର ଟଙ୍କା ଲାଞ୍ଚ ନେଉଥିଲା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଏହି ଘଟଣାରେ ମଧ୍ୟସ୍ଥି ହେମକାନ୍ତ ବିଶିଙ୍କୁ ଗିରଫ କରାଯାଇଥିବା ଜଣାପଡିଛି ।ତେବେ ସୁବର୍ଣ୍ଣପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି ।