ମୁଖ୍ୟ ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି; ଘରୁ ମିଳିଲା ନଗଦ ୪୫ ଲକ୍ଷ ଟଙ୍କା, କୋଟିଏ ଟଙ୍କାର ବ୍ୟାଙ୍କ ଡିପୋଜିଟ୍

ବାଲେଶ୍ୱର,୧୯।୯: ବାଲେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀ ଏନ.ଭି ହରିହରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିବା ପରେ ବିପୁଳ ପରିମାଣର ଆୟାବହିର୍ଭୁତ ସମ୍ପତ୍ତି ଜବତ ହୋଇଛି। ୧୧ ଟି ଡିଏସପି, ୭ ଇନ୍ସପେକ୍ଟର, ୧୧ ଏଏସଆଇ ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କୁ ନେଇ ଭିଜିଲାନ୍ସ ଟିମ୍ ଭୁବନେଶ୍ୱର, ବ୍ରହ୍ମପୁର, ବାଲେଶ୍ୱର, କେଉଁନ୍ଦୁଝର ଏବଂ ଫୁଲବାଣୀ ଭଳି ୧୧ ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଥିଲା।

ଚଢ଼ାଉ ସମୟରେ ଭିଜିଲାନ୍ସ ହାତରେ ୪୬ ଲକ୍ଷରୁ ଅଧିକ ନଗଦ ଟଙ୍କା, ଭୁବନେଶ୍ୱର ଏବଂ ବ୍ରହ୍ମପୁରରେ ଦୁଇଟି ବେନାମୀ ଫ୍ଲାଟ, ଚାରୋଟି ଦାମିକିଆ ହୋମଷ୍ଟେଡ୍ ପ୍ଲଟ୍ ଏବଂ ଏନଭି ହରିହର ରାଓଙ୍କ ନାମରେ ୧ କୋଟିରୁ ଅଧିକ ବ୍ୟାଙ୍କ ଜମା ଥିବା ଜଣାପଡିଛି। ଚଢ଼ାଉ ସମୟରେ ଭିଜିଲାନ୍ସ ହାତରେ ଲାଗିଥିବା ସୂଚନ ଅନୁଯାୟୀ…

୧. ବ୍ରହ୍ମପୁର ଭାବିନିପୁରରେ ୨୧୦୦ ବର୍ଗଫୁଟ ବିଶିଷ୍ଟ ଏକ ଦୁଇ ମହଲା କୋଠା।

୨. ପତରପଡା ଭୁବନେଶ୍ୱରରେ ୩୦୦୦ ବର୍ଗଫୁଟ ବିଶିଷ୍ଟ ଏକ କୋଠା।

୩. ବ୍ରହ୍ମପୁର ବୈଦ୍ୟନାଥପୁର କାମପାଲି ସ୍ପେକ୍ଟ୍ରମ୍ ଗ୍ରୀନ୍ ଆପାର୍ଟମେଣ୍ଟରେ ଫ୍ଲାଟ।

୪. ୨ ବେନାମୀ ଫ୍ଲାଟ, ଗୋଟିଏ ଅର୍କିଡ ରେସିଡେନ୍ସି, ସୁନ୍ଦରପଦା ଏବଂ ଅନ୍ୟଟି ସ୍ୱସ୍ତିକ ଆପାର୍ଟମେଣ୍ଟ, ବୈଦ୍ୟନାଥପୁର ବ୍ରହ୍ମପୁରରେ ରହିଛି।

୫. ୪ ଟି ମହଙ୍ଗା ହୋମଷ୍ଟେଡ୍ ପ୍ଲଟ, ଯେଉଁଥିରୁ ଦୁଇଟି ଭୁବନେଶ୍ୱରରେ ଏବଂ ଦୁଇଟି ଗଞ୍ଜାମରେ ରହିଛି।

୬. ଏନ.ଭି ହରିହରଙ୍କ ବ୍ୟାଙ୍କ ଖାତାରେ ୧ କୋଟି ଟଙ୍କା ଜମା ଥିବା ଜଣାପଡିଛି।

୭. ଚଢ଼ାଉ ସମୟରେ ବ୍ରହ୍ମପୁରରେ ରହୁଥିବା ହରିହରଙ୍କ ଭିଣୋଇଙ୍କ ଘରୁ ୪୬.୪୫ ଲକ୍ଷ ଟଙ୍କା ଜବତ କରାଯାଇଥିଲା। ତେବେ ଏତେମାତ୍ରାରେ ତାଙ୍କ କେଉଁଠୁ ଆସିଲା ତାହାର ସୂଚନା ମିଳିପାରିନାହିଁ। ଏଥିସହିତ ଅନ୍ୟାନ୍ୟ ଜମା ଏବଂ ନିବେଶ ସମ୍ପର୍କରେ ମଧ୍ୟ ତଥ୍ୟ ମିଳିଛି।

୮. ବ୍ରହ୍ମପୁର ଭାରତୀୟ ଷ୍ଟେଟ ବ୍ୟାଙ୍କରେ ହରିହରଙ୍କର ଏକ ଲକର ଥିବା ସୂଚନା ମିଳିଛି। ଯାହାକୁ ଏପର୍ୟ୍ୟନ୍ତ ଖୋଲାଯାଇ ନାହିଁ।

୯. ଜବତ ଟଙ୍କା ଏବଂ ନିବେଶ ବାଦ ହରିହରଙ୍କର ଗୋଟିଏ ଚାରିଚକିଆ କାର ଏବଂ ଗୋଟିଏ ବାଇକ ଥିବା ଭିଜିଲାନ୍ସ ସୂଚନ ଦେଇଛି।

Share