Categories: ଜାତୀୟ

ଓକିଲଙ୍କ ଉପରେ ରାଗିଗଲେ ମୁଖ୍ୟ ବିଚାରପତି, ସିକ୍ୟୁରିଟିକୁ ଡାକି…

ନୂଆଦିଲ୍ଲୀ,୨୪।୦୭: ନିଟ୍‌ ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଏବଂ ଅନୀୟମିତତାକୁ ନେଇ ଗତକାଲି ସୁପ୍ରିମ୍‌କୋର୍ଟରେ ଶୁଣାଣି ହୋଇଥିଲା । କୋର୍ଟ ଚାଲିଥିବା ସମୟରେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଡିୱାଇ ଚନ୍ଦ୍ରଚୂଡ଼ ଜଣେ ଓକିଲଙ୍କ ଉପରେ ରାଗି ଯାଇଥିବା ଦେଖିବାକୁ ମିଳିଥିଲା । କୋର୍ଟଙ୍କ ଶୁଣାଣିରେ ବ୍ୟାଘାତ ହେବାରୁ ଏପରି ଘଟିଥିଲା ।
ସୁପ୍ରିମ୍‌କୋର୍ଟ ବେଞ୍ଚ୍‌କୁ ଜଣେ ଆବେଦନକାରୀଙ୍କ ଆବେଦନ ଉପରେ ତଥ୍ୟ ପ୍ରଦାନ କରୁଥିବା ଓକିଲ ନରେନ୍ଦ୍ରର ହୁଡ଼ା ସମ଼୍େବାଧନ କରୁଥିବା ସମୟରେ ଅନ୍ୟଜଣେ ଆବେଦନକାରୀଙ୍କ ଓକିଲ ମଝିରେ ବାଧା ଦେଇଥିଲେ ।

ବେଞ୍ଚଙ୍କ ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସେ କହିଥିଲେ ଯେ, ମୁଁ ଜଣେ ବରିଷ୍ଠ ଓକିଲ । ମୁଁ ଜଣେ ଆମିକସ୍‌ । ଏହା ଶୁଣି ଜଷ୍ଟିସ୍‌ ଚନ୍ଦ୍ରଚୂଡ଼ ରାଗି ଯାଇଥିଲେ ଏବଂ କହିଥିଲେ ମୁଁ କାହାକୁ ଆମିକସ୍‌ ନିଯୁକ୍ତି କରିନି । ପରେ ଓକିଲ ଜଣଙ୍କ ଚୁପ୍‌ ନରହି କହିଥିଲେ ଆପଣ ଯଦି ମତେ ସମ୍ମାନ ଦେବେ ନାହିଁ ତେବେ ମୁଁ କୋର୍ଟ ଗୃହରୁ ବାହିରି ଯିବି । ଏନେଇ ଜଷ୍ଟିସ୍‌ କହିଥିଲେ ଯେ ମୁଁ ଆପଣଙ୍କୁ ୱାର୍ନିଂ ଦଉଛି । ଆପଣ ଗ୍ୟାଲେରୀରେ ଛିଡ଼ା ହୋଇ କହିପାରିବେନି । ପରେ ସେ ସିକ୍ୟୁରିଟିକୁ ଡାକି ତାଙ୍କୁ ବାହାର କରିବାଦେବାକୁ କହିଥିଲେ । ତେବେ ନେଦୁମ୍ପରା ନିଜେ ବାହାରି ଯାଇଥିବା ଜଣାପଡ଼ିଛି।

Share