Categories: ଜାତୀୟ

ସୁପ୍ରିମକୋର୍ଟ ପରିସରରେ ଖୋଲିଲା ଦିବ୍ୟାଙ୍ଗଙ୍କ ଦ୍ୱାରା ପରିଚାଳିତ ପ୍ରଥମ କାଫେ

ନୂଆଦିଲ୍ଲୀ,୧୦ା୧୧: ଭାରତର ପ୍ରଧାନ ବିଚାରପତି ଡିଏ ଚନ୍ଦ୍ରଚୂଡ ଶୁକ୍ରବାର ଅନ୍ୟ ବିଚାରପତିଙ୍କ ସହ ସୁପ୍ରିମକୋର୍ଟ ପରିସରରେ ‘ମିଟି କାଫେ’ର ଉଦ୍‌ଘାଟନ କରିଛନ୍ତି। ନୂତନ ଭାବରେ ନିର୍ର୍ମିତ କାଫେ ସମ୍ପୂର୍ଣ୍ଣ ଦିବ୍ୟାଙ୍ଗ କର୍ମଚାରୀଙ୍କ ଦ୍ୱାରା ପରିଚାଳିତ। ଏହି କାଫେର ପରିଚାଳକ ଦୃଷ୍ଟିହୀନ ଏବଂ ସେଲେବ୍ରଲ୍‌ ପାଲସି ରୋଗରେ ଆକ୍ରାନ୍ତ। ଏହି ଅବସରରେ ଏକ ଛୋଟ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଯେଉଁଥିରେ ଦିବ୍ୟାଙ୍ଗମାନେ ସେମାନଙ୍କ କଳା ପ୍ରଦର୍ଶନ କରିଥିଲେ। ଏହି ଅବସରରେ ଜାତୀୟ ସଂଗୀତ ମଧ୍ୟ ସାଙ୍କେତିକ ଭାଷାରେ ଗାନ କରାଯାଇଥିଲା।

ଉଦ୍‌ଘାଟନୀ ସମାରୋହରେ ମୁଖ୍ୟ ବିଚାରପତି ସମସ୍ତଙ୍କୁ କାଫେକୁ ଆସି ଏହି ପଦକ୍ଷେପକୁ ସମର୍ଥନ କରିବାକୁ ଅନୁରୋଧ କରିଥିଲେ। ମିଟି କାଫେ ଏକ ଏନ୍‌ଜିଓ ଦ୍ୱାରା ପରିଚାଳିତ ଯାହାକି ସ୍ବତନ୍ତ୍ର ଆବଶ୍ୟକତା ଥିବା ଲୋକଙ୍କ ସହିତ କାମ କରେ। ଅଣ-ଲାଭକାରୀ ସଂସ୍ଥା ସେମାନଙ୍କୁ ରୋଜଗାରର ସୁଯୋଗ ପ୍ରଦାନ କରିଥାଏ।

Share