Categories: ଜାତୀୟ

ଦେଶର ନିମ୍ନ କୋର୍ଟରେ ବଢିଛି ମହିଳା ବିଚାରପତିଙ୍କ ନିଯୁକ୍ତି ସଂଖ୍ୟା: ଡି ଓ୍ବାଇ ଚନ୍ଦ୍ରଚୂଡ

ନୂଆଦିଲ୍ଲୀ,୬।୧୦: ଭାରତର ପ୍ରଧାନ ବିଚାରପତି ଡି ଓ୍ବାଇ ଚନ୍ଦ୍ରଚୂଡ କୋର୍ଟ କାର୍ଯ୍ୟକାଳ ଆରମ୍ଭ ହେବା ମାତ୍ରେ ଏକ ଖୁସି ଖବର ବାଣ୍ଟିଛନ୍ତି। ସେ କହିଛନ୍ତି, ସାରା ଦେଶର ନିମ୍ନ ଅଦାଲତରେ ମହିଳା ବିଚାରପତିଙ୍କ ନିଯୁକ୍ତି ସଂଖ୍ୟାରେ ବୃଦ୍ଧି ଘଟିଛି। ଏନେଇ ସିଜେଆଇ ଚନ୍ଦ୍ରଚୂଡ ଖୁସି ବ୍ୟକ୍ତ କରିଛନ୍ତି।

ସିଜେଆଇ କହିଛନ୍ତି, ବର୍ତ୍ତମାନ କୋର୍ଟ କକ୍ଷରେ ମହାରାଷ୍ଟ୍ରର ସିଭିଲ ଜଜ ଜୁନିଅର ଡିଭିଜନର ୭୫ ଜଣ ବିଚାରପତି ଅଛନ୍ତି। ଏହି ୭୫ ଜଣ ବିଚାରପତିଙ୍କ ମଧ୍ୟରୁ ୪୨ ଜଣ ମହିଳା ଏବଂ ୩୩ ଜଣ ପୁରୁଷ ଅଛନ୍ତି। ମହାରାଷ୍ଟ୍ରକୁ ଏକ ଉଦାହରଣ ଭାବରେ ଦର୍ଶାଇ ସିଜେଆଇ କହିଛନ୍ତ, ଏହା ଦର୍ଶାଏ ଯେ ପୁରୁଷ ବିଚାରପତିଙ୍କ ଅପେକ୍ଷା ନିମ୍ନ ଅଦାଲତରେ ଅଧିକ ମହିଳା ବିଚାରପତି ନିଯୁକ୍ତ ହେଉଛନ୍ତି।

ଏପ୍ରିଲରେ ପ୍ରକାଶିତ ଇଣ୍ଡିଆ ଜଷ୍ଟିସ ରିପୋର୍ଟ ୨୦୨୨ ଅନୁଯାୟୀ, ନିମ୍ନ ଅଦାଲତରେ ମହିଳା ବିଚାରପତିଙ୍କ ସଂଖ୍ୟା ଜାତୀୟ ହାରର ୩୫ ପ୍ରତିଶତ ରହିଛି। ପାଞ୍ଚଟି ରାଜ୍ୟରେ ୫୦ ପ୍ରତିଶତରୁ ଅଧିକ ମହିଳା ନ୍ୟାୟିକ ବ୍ୟବସ୍ଥାରେ ଅଛନ୍ତି।

Share